ପରିବେଶ ଆମ ଯଦି ସୁସ୍ଥ ଥାଏ
ହୋଇବା ସଭିଏଁ ଭଲ
ଅପରିବେଶକୁ ଆପଣେଇଲେ ହିଁ
ହେବା ନିଶ୍ଚେ କଲବଲ।୧
ଆମ ପରିବେଶ ଭଲ ନାହିଁ ଆଜି
ଅପରିଷ୍କାର ହେଲାଣି
ଆମେ ନିତ୍ଯଦିନ ନିଜର ହାତରେ
ଭଲ କି ଚାହୁଁଛୁ ଜାଣି?୨
ନିଜର ସ୍ବାର୍ଥରେ ମସଗୁଲ ପାଇଁ
ପରିବେଶ ନୁହେଁ ଶୁଭ
ଏଇଥି ପାଇଁ ତ ନିଜର ସହିତ
ସଭିଙ୍କ ନୁହେଁ ବି ଲାଭ?୩
ଦେଖ ସହରରେ ପଚାଷଢା଼ ପାଣି
ଗଚ୍ଛିତ ରହୁଛି ଆଜି
ଆମେ ଏ ଗ୍ରାମରେ ସେପରି କରୁଛୁ
ତେଣୁ ଦେହ ମନ ଭାଜି।୪
ମାଛି ମଶା ଆଜି ଭଣଭଣ ହୁଏ
ଖାଇବା ଶୋଇବା ପିତା
ବଞ୍ଚି ଥାଉଁଥାଉଁ ମରି ଗଲାପରି
ସର୍ବଦା ହେଉ ହୀନସ୍ତା।୫
ଗାଆଁ ପରିବେଶ କି ସୁନ୍ଦର ଥିଲା
ଥିଲା ତ ନିର୍ମଳ ଦିନେ
ଆତ୍ମସ୍ବାର୍ଥ ଆଉ ହୀନ ଭାବନାରୁ
ପାଉଅଛୁ ଏବେ ପାନେ।୬
ଜଙ୍ଗଲ ହାଣିଲୁ ନଦୀରେ ପଠାଠାରେ
ଏକ ଦୁଇ ଯିବା ଯୋଗୁଁ
ଜଳକୁ କରିଲୁ ଅପରିଷ୍କାର ସବୁ
ରୋଗ ଶୋକ ତେଣୁ ଭୋଗୁଁ।୭
ବାୟୁ ମଣ୍ଡଳଟା ବିଶୁଦ୍ଧ ନ ହେବା
କେତେ କ୍ଷତି ଆମ ପାଇଁ
ବଞ୍ଚିବାର ନିଶା ଆଗକୁ ଅଳପ
ସୁଧୁରିବା ଆସ ଭାଇ।୮
ଜଗତ କଲ୍ଯାଣ ନ କରିବା ଯଦି
ଆୟୁଷ ହୋଇବ କ୍ଷୀଣ
ଆତ୍ମସ୍ବାର୍ଥ ତେଜି ଏ ପରିବେଶକୁ
ସୁସ୍ଥ ରକ୍ଷା ପାଇଁ ପଣ।୯
ହେ ଭାଇ ଭଉଣୀ ଆସ ଆସ ସବୁ
କରିବା ଆଜି ସୁକର୍ମ
ପରିବେଶ ଆମ ଆୟୁଷ ରଖିଲେ
ସ୍ବାର୍ଥକ କରିବା ଜନ୍ମ।୧୦
ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
Readers Interaction