ଚବିଶି ଶୀତ – ପବିତ୍ର ବେହେରା

Views: 6
0 0
Read Time:3 Minute, 51 Second

 

ଦିନ ପରେ ଦିନ
ରାତି ପରେ ରାତି
ଋତୁ ପରେ ଋତୁ
କେତେ ଋତୁ
ଏମିତି ବଦଳି ଯାଇଛି।

ମୋ ବୟସ ର କ୍ୟାଲେଣ୍ଡରେ
ଏବେ ପୁଣି ଆଗମନ ହେଉଛି।
ଏକ ନୂତନ ଋତୁ ଯାହାର ନାମ
ଚବିଶି ଋତୁ।

ସେ ବୟସ ର ମାପକାଠି ରେ
ଋତୁ ହୋଇ ଆସିବାରେ ଅଭ୍ୟସ୍ତ।

ପ୍ରତି ବର୍ଷ ପରି ନୂତନ ବର୍ଷରେ
ଦେଇଯାଏ ଏକ ଅକସ୍ମାତ୍
ଉପହାର। ଏଇ ଯେମିତି ନୂତନ
ବର୍ଷର ଶିଶିର ବିନ୍ଧୁ ଭୂପୃଷ୍ଠରେ
ଅବତରଣ କରିବା ପୂର୍ବରୁ
ଚବିଶି ଶୀତ ମୋତେ ଦେଇଗଲା

ଏକ ଅଲିଭା,କାଳଜୟୀ, ଚିରସ୍ମରଣୀୟ
ସାହିତ୍ୟ ଅଗ୍ରଗତି ରେ ଗୋଟିଏ ପାଦ
ଆଗକୁ ଯିବାର ପଥଟିଏ।

ଜାଣି ନଥିଲି ନିମ୍ବ ଫୁଲ ର ମହକରେ
ମଧ୍ଯ ମିଠା ମହୁ ସୃଷ୍ଟି ହୁଏ ବୋଲି।

ବୟସ ର ଚବିଶି ଶୀତରେ
ନିମ୍ବ ଗଛ ସଦୃଶ୍ୟ ଶରୀରରେ
ସାହିତ୍ୟ ରୂପକ ମିଠାମହୁ ସୃଷ୍ଟି ହୁଏ।

ଏହା ଜାଣି ମୁଁ ଆଜି ଆଚମ୍ବିତ
ଆଜି ଦିନ ତମାମ ମନରେ
ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି।
ସତରେ କଣ ଚବିଶି ଶୀତ
ମୋ ଜୀବନରେ ଏକ ନବୀନ
ରଙ୍ଗର ପ୍ରଜାପତି ତିଆରି କରିବ।

ଶୀତ ଋତୁର ଖୁନ୍ଦାଖୁନ୍ଦି ସ୍ଵପ୍ନ
ରାତି ହୁଏ ବଡ। ରଜନୀ ର
ଶୀତଳ କାକର ବିନ୍ଦୁ ଭାଙ୍ଗି ଦିଏ।
ନିଦ ରାଇଜର ଅସୁମାରୀ ସ୍ଵପ୍ନର
ସେହି ଦିବ୍ୟ ସୁନ୍ଦରୀ ର ମିଳନ କୁ।

ତେଇଶି ଶୀତ ପରେ
ମୁଁ କ୍ଳାନ୍ତ ହୋଇନାହିଁ।
ସାମାନ୍ୟ ଆକ୍ଳାନ୍ତ ଶରୀର କୁ
ପାହାନ୍ତ କୁ ଲାଗେ ଟିକେ ଶୀତ।

ଗୋପାଳପୁର ବେଳାଭୂମିରେ
ପ୍ରେମିକା କୁ ସ୍ମରଣକରି ।
ମଲ୍ଲିକଢୀ ପରି ଦିଶୁଥିବା
ନୀଳ ଆକାଶକୁ ଚାହିଁ
ସ୍ଵାଗତ କରୁଛି ତୁମକୁ
ଚବିଶି ଋତୁ।

ପବିତ୍ର ବେହେରା
ବାହାଲପୁର, ଗଞ୍ଜାମ
ଦୂରଭାଷ-୭୭୮୮୮୮୬୬୦୨

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

MY STORMY STATE! - Dr.Prasana Kumar Dalai

  It is told you love me now What ‘ll you get but a big zero In my stormy state You will rather get displaced For I dwell in the city of grief and pain Why should I dream of What I would regret tomorrow For I’m in shame You […]

Subscribe US Now