ସ୍ବାଗତମ୍ ନବବର୍ଷ ୨୦୨୨- ଶେଖ ମୋଜାହିଦ ମହତାବ

Views: 14
0 0
Read Time:1 Minute, 25 Second

ନୂତନ ବରଷ ଆଣିବ ହରଷ
ଦେବ ନବ ଉନ୍ମାଦନା,
ହସିବ ଧରଣୀ ଗାଇବ ରାଗିଣୀ
ଦେଖି ନବ ସମ୍ଭାବନା |

ଦାରିଦ୍ର୍ୟ କଷଣ ଦୁର୍ନୀତି ଶୋଷଣ
ନ ରହୁ ଏହି ଭୁବନେ
ନାରୀ ନିର୍ଯାତନା ଦୁଷ୍କର୍ମ ଭାବନା
ନ ରହୁ କାହାରି ମନେ |

କାମ, କ୍ରୋଧା,ଇର୍ଷା ଲୋଭ, ମୋହ, ହିଂସା
ଭାବନା କୁ ଦୂରକର,
ଆଳସ୍ୟ, ନିରାଶା, ଘୃଣା, ଦ୍ୱେଷ, ଭାଷା
ବିଡମ୍ବନା ପରିହାର |

କରୋନା ଦେଇଛି ଜେତେଜେ କଷଣ
ମନୁ କର ପରିହାର,
ଜାଉ ଏହି ରାତି ଆସୁ ନବ ଭାତି
ଦୂର ହେଉ ଦୁରାଚାର |

ଶେଖ ମୋଜାହିଦ ମହତାବ
ଯାଜପୁର ଟାଉନ, ଯାଜପୁର

Share this :
Next Post

ସେଇ ସନ୍ଧ୍ଯା ମୋର - ସସ୍ମିତା ପଣ୍ଡା

ଆଜିବି ତୁ ମୋର ଗୋଧୂଳି ପ୍ରଲେପ ଦିନାଙ୍କର ଶେଷ ସ୍ପର୍ଶ । ସଜଳ ସ୍ମୃତିରେ ଦୀପାଳୀର ସଂଜ୍ଞା ଲେଉଟାଣି ଶେଷ ବର୍ଷ ।। ତୁ ମୋର ସେହି ଅନ୍ତାକ୍ଷରୀ ପାଦ ପ୍ରଦୋଷର ଅଭିବ୍ୟକ୍ତି । ପ୍ରକୃତି ମାୟାରେ ଆଲକ୍ତ ଦିଗନ୍ତ ନବାକ୍ଷରୀ ଅନୁଭୂତି ।। ପ୍ରତିଟି ପୃଷ୍ଠାରେ ତଲ୍ଲିନ ସ୍ବାକ୍ଷର ଆଳତିର ସମର୍ପଣ । ଶବ୍ଦ ଆଲେଖ୍ୟର ଅନ୍ତସ୍ବର କେବେ ହୃଦୟର ଅଭିମାନ ।। ସେହି ସମୟର ଜଟିଳ ଜ୍ୟାମିତି […]

Subscribe US Now