ଶ୍ରୀକ୍ଷେତ୍ର ପରିକ୍ରମା – ରତିନାରାୟଣ ରାଉତ

Views: 18
0 0
Read Time:2 Minute, 54 Second

ଚାରିଧାମେ ଶ୍ରେଷ୍ଠ ଅଟେ ଶିରିକ୍ଷେତ୍ର
ସେ ପୁରୁଷୋତ୍ତମ ଧାମ
ପରିକ୍ରମା କରେ ସେହି ଧାମ ଯିଏ
ପୂର୍ଣ୍ଣହୁଏ ମନସ୍କାମ ||
ଚାରି ଦ୍ୱାରେ ଧର୍ମ ଅର୍ଥ କାମ ମୋକ୍ଷ
ପ୍ରାପ୍ତ ହୁଏ ଭକ୍ତଙ୍କର
ମେଘନାଦ ନାମ ପ୍ରାଚୀରମଧ୍ୟରେ
ବେଢାଟି ଅଛି ତାଙ୍କର ||
ଶରଧା ବାଲିରେ ସିଂହଦ୍ୱାରଠାରେ
ଅରୁଣ ଦେବତା ବିଜେ
ବାଇଶି ପବଚ୍ଛେ କାଶୀବିଶ୍ୱନାଥ
କଲପବଟ ବିରାଜେ ||
ମୁକତି ମଣ୍ଡପ ରୋହିଣୀର କୁଣ୍ଡ
ଗଣେଶ ଲକ୍ଷ୍ମୀ ବିମଳା
ନବଗ୍ରହ ଆଉ କୋଇଲି ବୈକୁଣ୍ଠ
ଆନନ୍ଦ ବଜ଼ାର ଖଳା ||
ଜଗମୋହନରେ ଗରୁଡ଼ ପଛରେ
ପୁଣ୍ୟ ମିଳେ ଦରଶନେ
ଚତୁର୍ଦ୍ଧା ମୂରତି ଭୁଦେବୀ ଶ୍ରୀଦେବୀ
ବିଜେ ରତ୍ନ ସିଂହାସନେ ||
ପତିତପାବନ ବାନା ନୀଳଚକ୍ରେ
ଉଡେ ଫର ଫର ହୋଇ
ଆଚାଣ୍ଡାଳ ସବୁ ଭକତ ମାନଙ୍କୁ
ଦର୍ଶନେ ମୁକତି ଦେଇ ||ଶ୍ରୀକ୍ଷେତ୍ରେ ରହିଛିକେତେପୁଣ୍ୟ ତୀର୍ଥ
ପଞ୍ଚକୋଶେ ଅଛି ଯହିଁ
ସ୍ୱର୍ଗଦ୍ୱାର ପଞ୍ଚ ତୀର୍ଥମହୋଦଧି
ଗୁଣ୍ଡିଚା ମାଉସୀ ତହିଁ ||
ମହିମା ଅନେକ ଶ୍ରୀକ୍ଷେତ୍ର ଧାମର
ତାକୁକେ ବର୍ଣ୍ଣି ପାରିବ
ଶରଣ ପଶିଲେ ତା ଚରଣ ତଳେ
ସଂସାରୁ ପାର ହୋଇବ ||

ରତିନାରାୟଣ ରାଉତ |
ହରିଚନ୍ଦନପୁର, କେନ୍ଦୁଝର, ଓଡିଶା

Share this :
Next Post

ଜୀବନ ସାଥି - ସିଲଭା ରାଣୀ ଧଳ

  ମନର କଥା କହିବି ବୋଲି ଯେତେଥର ପାଶେ ଗଲି ଆଶାମୋର ସିନା ଆଶାରେ ରହିଲା ସରମରେ ବୁଡି ଗଲି ଜାଣେନା କେଜାଣି କାହିଁକି ତୁମକୁ ପାଇବାର ଆଶା ନେଇ ଭାସି ଗଲି ଅବା ଅସର ସପନେ ସ୍ମୁତିର ପସରା ନେଇ ଜାଣେ ନାହିଁ ଧନୀ ଗରିବର ଅର୍ଥ ଜାଣେନା ଜାତି ଅଜାତି ଜାଣିଛି କେବଳ ଭଲ ଗୁଣ ଯାର ସେହି ମୋ ଜୀବନ ସାଥି ସିଲଭା ରାଣୀ ଧଳ […]

Subscribe US Now