ଜୀବନ ସାଥି – ସିଲଭା ରାଣୀ ଧଳ

Views: 20
0 0
Read Time:58 Second

 

ମନର କଥା କହିବି ବୋଲି
ଯେତେଥର ପାଶେ ଗଲି
ଆଶାମୋର ସିନା ଆଶାରେ ରହିଲା
ସରମରେ ବୁଡି ଗଲି

ଜାଣେନା କେଜାଣି କାହିଁକି ତୁମକୁ
ପାଇବାର ଆଶା ନେଇ
ଭାସି ଗଲି ଅବା ଅସର ସପନେ
ସ୍ମୁତିର ପସରା ନେଇ

ଜାଣେ ନାହିଁ ଧନୀ ଗରିବର ଅର୍ଥ
ଜାଣେନା ଜାତି ଅଜାତି
ଜାଣିଛି କେବଳ ଭଲ ଗୁଣ ଯାର
ସେହି ମୋ ଜୀବନ ସାଥି

ସିଲଭା ରାଣୀ ଧଳ
ଯାଜପୁର

Share this :
Next Post

ନୂଆ ନୂଆ - ପ୍ରସନ୍ନ କୁମାର ସାହୁ

ନୂଆ ନୂଆ ସବୁ ସଂସାରେ ଆସୁଛି ପୁରୁଣା ସତ୍ତା ହଜୁଛି, ଦେଖିବାକୁ ପରା ସପନ ହେଉଛି କିଛି ସ୍ମୃତିରେ ରହିଛି। ଯନ୍ତ୍ର ପେଷଣା ଟି ଘର କରଣା ଯେ ସଭିଙ୍କ ଘରେ ରହିଛି, ଶିଳ ଟିଏ କିମ୍ବା ଘୋରଣା ଗୋଟିଏ ଦେଖିବାକୁ ନ ମିଳୁଛି। ଶୀତଳ ପେଢ଼ି ଯେ ସଭିଙ୍କର ଘରେ ଦେଖିବାକୁ ସିନା ମିଳେ, ଦଉଡି ତିଆରି ସିକା ଖଣ୍ଡିକ ଯେ ଦେଖିବା କାହିଁ ନ ମିଳେ। ଆମ […]

Subscribe US Now