ଆଗେଇ ଚାଲରେ ଆଗେଇ ଚାଲ – ଶାନ୍ତି ଲତା ରଥ

Views: 17
0 0
Read Time:4 Minute, 21 Second

 

ଆଗେଇ ଚାଲରେ ଆଗେଇ ଚାଲରେ
ତୁମେ ଯେତେ ସବୁ କଅଁଳ ଶିଶୁ
ଦୁନିଆ ବୃକ୍ଷରେ ପ୍ରଷ୍ଫୁଟିତ ହୁଅ
ତୁମ ସୁବାସରେ ଦୁନିଆ ହସୁ
ଆଜି ତୁମେ କଳି କାଲିକୁ ଫୁଟିବ
ଭବିଷ୍ୟତ ତୁମ ହାତ ଠାରୁଛି
ବାସ ବିତରିବ ଆନନ୍ଦ ଭରିବ
ପୃଥିବୀ ମାତା ଯେ ଚାହିଁ ରହିଛି।
ନିଜ କର୍ମେ ନିଜେ ଆଗଭର ହୋଇ
କାମ କରି ଯାଅ ହେ କର୍ମବୀର
ଭୀରୁତା ହଟେଇ ଆଳସ୍ୟ ଦୂରେଇ
ମାତୃଭୂମିକୁ କର ଆପଣାର।
ମାତୃଭୂମି ମାତୃ ଭାଷାରେ ମମତା
ତୁମ ମନୁ ଦୂର କରିବ ନାହିଁଁ
କୃତଘ୍ନରେ ଗଣା ହୋଇଯିବ ତୁମେ
ମାଆକୁ ମନରୁ ଦେଲେ ଦୂରେଇ ।
ଶିଶୁ ବିଭୁଦତ୍ତ ଅମୂଲ୍ୟ ସମ୍ପତି
ତମକୁ ପାଇଛି ଏ ମାଆ ଆଜି
ସୁଯୋଗ୍ୟ ସନ୍ତାନ ହୋଇ ତୁମେ ତାର
ତା ପାଇଁଁ ଜୀବନ ଲଗାଅ ବାଜି।
ଆଗେଇ ଚାଲରେ ଆଗେଇ ଚାଲରେ
ତୁମେ ଏ ଦେଶର ଟିକି ସୈନିକ
ବୀର ଦର୍ପରେ ଶତ୍ରୁ ସଂହାରୀ
ରଖିୄବ ଭାରତ ମାଆର ଟେକ।
ପୌର୍ଣ୍ଣମାସୀର ଜ୍ୟୋତ୍ସ୍ନା ତୁମେରେ
ଦୁର୍ନୀତି ଅନ୍ଧାର ଦିଅ ଦୂରେଇ
ଆଜି ଅଙ୍ଗୀକାର କରରେ ସଭିଏଁ
ମନରୁ ତାହାକୁ ଭୁଲିବା ନାହିଁଁ।
ଶାନ୍ତି ମୈତ୍ରୀ ପ୍ରୀତିର ଧ୍ବଜା
ଭାରତ ସାରା ହେ ଉଡାଇ ଦିଅ
ନବ ଭାରତର ସ୍ରଷ୍ଟା ହେ ତୁମେ
ଆଗେଇ ଯାଅରେ ଆଗେଇ ଯାଅ।
ଏକତା ମନ୍ତ୍ରରେ ବନ୍ଧୁତା ପ୍ରୀତିରେ
ଏକ ହୋଇଯାଅ ଭାରତ ପାଇଁଁ
ଅଗ୍ରଗତି ପଥେ ଏକ ମନ ହୋଇ
ଆଗେଇ ଚାଲରେ ଆଗାମୀ ପାଇଁଁ।
ମହାପୁଣ୍ଯ କ୍ଷେତ୍ର ଭାରତ ଭୂଇଁ ରେ
ହିଂସା ତାଣ୍ଡବ ବନ୍ଦ ହୋଇବ
ସନ୍ତ୍ରାସବାଦ ବା ଆତଙ୍କ ବାଦର
ସତ୍ତାକୁ ତୁମେରେ ଲୋପ କରିବ।
ହିଂସା, ଦ୍ୱେଷ ଭାବ ମନରେ ନରଖି
ଜାଗ୍ରତ କର ଭ୍ରାତୃତ୍ବ ଭାବ
ତେବେ ଯାଇ ତୁମେ ଭାରତ ମାତାର
ସୁଯୋଗ୍ୟ ସନ୍ତାନ ହୋଇ ପାରିବ ।।

ଶାନ୍ତି ଲତା ରଥ
ଅନୁଗୋଳ

Share this :
Next Post

ତୁମ ପାଇଁ - ଶୁଭ୍ରାଂଶୁ ଭୂଷଣ ମେେହର

ତୁମ ପାଇଁ ପ୍ରିୟା ମୋ ମନ ଦରଜା ସଦା ବେଳେ ଖୋଳିଅଛି ତୁମରି ପଥକୁ ଅନେଇ ରହିଛି ଖାଲି ରାତି ଦିନ ବସି l ତୁମ ପାଇଁ ପ୍ରିୟା ଅବୁଝା ଏ ମନ ବୁଝିବି ବୁଝେନା କାହୁଁ ଯେତେ ବୁଝେଇଲେ ବୁଝୁନି ସେ ଆଉ ତୁମେଯେବେ ପାଶେନାହୁଁ l ତୁମ ପାଇଁ ପ୍ରିୟା ଏକା ଲାଗେ ଭାରି ନିଃସଙ୍ଗ ଜୀଵନ ମୋର ସାଥି ଯେବେ ନାହିଁ ପୀରତି କାହିଁବା ଭାବିବାଟା […]

Subscribe US Now