ତୁମ ପାଇଁ – ଶୁଭ୍ରାଂଶୁ ଭୂଷଣ ମେେହର

Views: 13
0 0
Read Time:1 Minute, 39 Second

ତୁମ ପାଇଁ ପ୍ରିୟା ମୋ ମନ ଦରଜା
ସଦା ବେଳେ ଖୋଳିଅଛି
ତୁମରି ପଥକୁ ଅନେଇ ରହିଛି
ଖାଲି ରାତି ଦିନ ବସି l
ତୁମ ପାଇଁ ପ୍ରିୟା ଅବୁଝା ଏ ମନ
ବୁଝିବି ବୁଝେନା କାହୁଁ
ଯେତେ ବୁଝେଇଲେ ବୁଝୁନି ସେ ଆଉ
ତୁମେଯେବେ ପାଶେନାହୁଁ l
ତୁମ ପାଇଁ ପ୍ରିୟା ଏକା ଲାଗେ ଭାରି
ନିଃସଙ୍ଗ ଜୀଵନ ମୋର
ସାଥି ଯେବେ ନାହିଁ ପୀରତି କାହିଁବା
ଭାବିବାଟା ବହୁ ଦୂର l
ତୁମ ପାଇଁ ପ୍ରିୟା ରାତି କଟେ ନାହିଁ
ଦିନ କେମିତି ବିତିବ
ଅସରା ସପନ ମନ ଦେଖୁ ଥିବ
ସପନ ସତ କି ହେବ l

ଶୁଭ୍ରାଂଶୁ ଭୂଷଣ ମେହେର

ପୋ -ସାଲେପାଲି
ଭାୟା -ଜରାସିଂହା
ଜିଲ୍ଲା -ବଲାଙ୍ଗୀର

Share this :
Next Post

ମୋ ବାପା - କଳ୍ପନା ରାୟ

  ତୁମ ଜୀବନରୁ ମୁଁ, ମାନେ ମୋ ଜୀବନର ଆରମ୍ଭ ତୁମ ସ୍ପନ୍ଦନରୁ ସ୍ପନ୍ଦିତ ମୋ ଆଦ୍ୟ ଦେବତା ଅନ୍ଧାରରୁ ଆଲୋକିତ କରି ଜୀବନର ପାଠ ପଢାଇଛ ଅନନ୍ୟ ଆଭା, ମୋ ପିତା ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଠାରୁ ମୋ ପାଇଁ ନିଶ୍ଚିତ ଅଧିକ ତୁମେ ମୋ ପଥ ପ୍ରଦର୍ଶକ ସତ ର ମୂଲ୍ୟ ଦର୍ଶନରେ ଅତି ରୁ ଅତି ସହାୟକ ମୃତ୍ୟୁ ବି ଶିକ୍ଷା ଦେଉଛି ଅନେକ ରୁ […]

Subscribe US Now