ମୋ ବାପା – କଳ୍ପନା ରାୟ

Views: 22
0 0
Read Time:1 Minute, 56 Second

 

ତୁମ ଜୀବନରୁ ମୁଁ, ମାନେ
ମୋ ଜୀବନର ଆରମ୍ଭ
ତୁମ ସ୍ପନ୍ଦନରୁ ସ୍ପନ୍ଦିତ
ମୋ ଆଦ୍ୟ ଦେବତା
ଅନ୍ଧାରରୁ ଆଲୋକିତ କରି
ଜୀବନର ପାଠ ପଢାଇଛ
ଅନନ୍ୟ ଆଭା, ମୋ ପିତା

ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଠାରୁ
ମୋ ପାଇଁ ନିଶ୍ଚିତ ଅଧିକ
ତୁମେ ମୋ ପଥ ପ୍ରଦର୍ଶକ
ସତ ର ମୂଲ୍ୟ ଦର୍ଶନରେ
ଅତି ରୁ ଅତି ସହାୟକ
ମୃତ୍ୟୁ ବି ଶିକ୍ଷା ଦେଉଛି
ଅନେକ ରୁ ଅନେକ, ଵାପା

ତୁମ ସଂସ୍କୃତି, ସଂସ୍କାର, ବିଚାର
ଆମର ସମ୍ମାନର ଅଧିକାର
ତୁମ ନାମ ପ୍ରିୟ ପ୍ରଭୁଙ୍କର
ଅମୃତ ବେଳାରେ ଜନ୍ମ କଲ
ଉପସ୍ଥିତି ଅନୁପସ୍ଥିତିରେ ଭରସା
ତୁମର ଗୁଣକୁ ମାଆ କରେ ଡକା
ମାଟିରୁ ଆକାଶ ଦିଶିଯାଅ, ଵାପା

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର

Share this :

Average Rating

5 Star
100%
4 Star
0%
3 Star
0%
2 Star
0%
1 Star
0%

2 thoughts on “ମୋ ବାପା – କଳ୍ପନା ରାୟ

Comments are closed.

Next Post

ନେବ କି ମୋ ରଥ ବାହି - ବଂଶିଧର ପଣ୍ଡା

ଖଣ୍ଡେ ପିନ୍ଧି ଗଣ୍ଡେ ଖାଇବା ଜୀବନ ମଣିଷ ମାତ୍ରକ ମୁହିଁ ନିତି ନିତି କେତେ ଫନ୍ଦି ବସ୍ଉଚି ପେଟ ଚାଖଣ୍ଡକ ପାଇଁ କୋଉ ତୁଣ୍ଡ ରେ ମୁଁ କେମିତି କହିବି ପାପ କିଛି କରି ନାହିଁ। ଅଭାବୀ ହାଟରେ ନିତି ତେଲ ଲୁଣ ସଂସାର ସଉଦା ମାପ କେମିତି ଜାଣିବି ପୂନ୍ୟ କିଏ ଅବା କୋଉଟା ମୋ ପାଇଁ ପାପ। ଛୋଟ ମୁଣ୍ଡରେ ମୋ ଜଟିଳ ହିସାବ କରି ତ […]

Subscribe US Now