ନେବ କି ମୋ ରଥ ବାହି – ବଂଶିଧର ପଣ୍ଡା

Views: 15
0 0
Read Time:2 Minute, 14 Second

ଖଣ୍ଡେ ପିନ୍ଧି ଗଣ୍ଡେ ଖାଇବା ଜୀବନ
ମଣିଷ ମାତ୍ରକ ମୁହିଁ
ନିତି ନିତି କେତେ ଫନ୍ଦି ବସ୍ଉଚି ପେଟ ଚାଖଣ୍ଡକ ପାଇଁ
କୋଉ ତୁଣ୍ଡ ରେ ମୁଁ କେମିତି କହିବି
ପାପ କିଛି କରି ନାହିଁ।

ଅଭାବୀ ହାଟରେ ନିତି ତେଲ ଲୁଣ
ସଂସାର ସଉଦା ମାପ
କେମିତି ଜାଣିବି ପୂନ୍ୟ କିଏ ଅବା
କୋଉଟା ମୋ ପାଇଁ ପାପ।
ଛୋଟ ମୁଣ୍ଡରେ ମୋ ଜଟିଳ ହିସାବ
କରି ତ ଆସ ଉ ନାହିଁ।

ପାପହାରୀ ତୁମେ, ତୁମରି ଖାତାରେ
ମୋପାପ ପୂନ୍ୟର ଅଙ୍କ
ଇଛାମୟ ହରି,ନିଅ ହେ ଉଦ୍ଧାରି
ଏ ଦୁସ୍ତର ଭଵ ପଙ୍କ
ତୁମ ବିନା ପ୍ରଭୂ ଆଉ କେ ରଖନ୍ତା
ମନରେ ପରତେ ନାହିଁ।

ପାପୀଟିଏ ବୋଲି ମାନିନେଲି ପ୍ରଭୂ
ପାଣି ଦେଲି ମୋର ମୁଣ୍ଡ
ବିଚାର ନିକିତି ଧରିଚ ତୁମେ ତ
ମାପି ଚୁପି ଦିଅ ଦଣ୍ଡ
ପୂନ୍ୟମୟ ପ୍ରଭୂ ପୂନ୍ୟ୍ ର ନାମକୁ
ନେବ କି ମୋ ରଥ ବାହି।

ବଂଶିଧର ପଣ୍ଡା

ଆରିକମା, ଖୋର୍ଦ୍ଧା

Share this :
Next Post

ଶୀତ୍ ଆଏଲା କେପର୍ କୁତି ରାନୀ - ଅନୁପମା ସାହୁ

*॥୧॥* ଶୀତ୍ ଆଏଲାକେ ପର୍କୁତିରାନୀ ସଁକ୍ରେଇ ଦେଲା ତାର୍ ଗାଗର୍, ଗାଁଆ ଗଁଅଲିର୍ ଝାର୍ପତରାଥିନ୍‌ ନାଚିଡେଗି ବୁଲ୍‌ଲା କାକଂର୍ ॥ *॥ ୨॥* ଶୁଖ୍ଲା ଧୁକାର୍ ବାଢୁନ୍‌ ଧରି କରି ବନ୍‌ଢେଇଦେଲା ଡାହି ପଖ୍ରା, ଝୁର୍ ଝାର୍ ଖୁର୍ଖାର୍ ଶବଦ୍ ଥିନ୍‌ ଅଲସୁଆକେ ଚାପି ଆନ୍‌ଲାନ କଧ୍ରା॥ *॥ ୩॥* ପଦମ୍ଫୁଲ୍ ଝୁର୍ମୁରାଲାନ ଶୀତର୍ ଛିଆଁ ପାଇ କରି କୁର୍ନି ବନ୍ଧେ । କୁର୍ନି ପତର୍ କେଚ୍କେଚା ଦିଶ୍ଲା ନ […]

Subscribe US Now