*॥୧॥*
ଶୀତ୍ ଆଏଲାକେ
ପର୍କୁତିରାନୀ ସଁକ୍ରେଇ
ଦେଲା ତାର୍ ଗାଗର୍,
ଗାଁଆ ଗଁଅଲିର୍
ଝାର୍ପତରାଥିନ୍
ନାଚିଡେଗି ବୁଲ୍ଲା କାକଂର୍ ॥
*॥ ୨॥*
ଶୁଖ୍ଲା ଧୁକାର୍
ବାଢୁନ୍ ଧରି କରି
ବନ୍ଢେଇଦେଲା ଡାହି ପଖ୍ରା,
ଝୁର୍ ଝାର୍ ଖୁର୍ଖାର୍
ଶବଦ୍ ଥିନ୍ ଅଲସୁଆକେ
ଚାପି ଆନ୍ଲାନ କଧ୍ରା॥
*॥ ୩॥*
ପଦମ୍ଫୁଲ୍ ଝୁର୍ମୁରାଲାନ
ଶୀତର୍ ଛିଆଁ ପାଇ
କରି କୁର୍ନି ବନ୍ଧେ ।
କୁର୍ନି ପତର୍ କେଚ୍କେଚା
ଦିଶ୍ଲା ନ ବଂଚୁତ୍ ନାଇଁ
ଇ ଶୀତର୍ ଉ6ଧ ॥
*॥ ୪॥*
ନଏଦ୍ ନଲିଆର୍
ପାଏନ୍ ଝଲ୍ଝଲା
ଫାପ୍ ହେଲା ଘାଁଟି ସାନି ,
ଚାଲ୍ ବାର୍ ବାଟେ
ପାହା ଭିଜେଇ ଦେଲା
ଲଟାବୁଟା ଓସ୍ ପାନି ॥
*॥ ୫॥*
ବୁଢାବୁଢୀ ମାନ୍କୁ
ଢେଣାଁମୁଡା କରି
ଶୀତ୍ ଦେଲା କେଚ୍ଡେଇ,
ସଖାଲ୍ ପାଏଲେ
ତପତ୍ ଚାହା ପିଇ
ଆବ୍ରି ବସେଇ ଦେଲାନ ଉମ୍ହେଇ॥
*॥ ୬॥*
ମୁର୍ହି ମୁଙ୍ଗଫଲିଆରୁ
ଚନାର୍ ଚାହେନା ବଢିଗଲା
କେତେ ନୈ କେତେ ,
ନାଡୁନାଡ଼ୁ ହେଲେ
ଗଚ୍ ପତର୍ ମାନେ
ଶୀତର୍ ମାଡ୍ କେ ସତେ ॥
*॥ ୭॥*
ଚିଲିମ୍ ଲାଗ୍ଲା ପାଏନ୍
ଗାଧ୍ଲା ବେଲେ ଫାଟ୍ଲା
ଦର୍ଙ୍ଗା ଦର୍ଙ୍ଗା ହେଇ ପାହାଁ,
ଦିନ୍ ହେଲା ସୁରୁ
ରାଏତ୍ ନାଇଁ ସରୁ
ଶୀତ୍ ଗୁଲ୍ଗୁଲା କର୍ଲା ମାହାଁ ॥
ଅନୁପମା ସାହୁ
ଶିକ୍ଷୟିତ୍ରୀ, ବଡ ପଦନା
କେନ୍ଦୁଝର
Readers Interaction