ନୂଆ ସକାଳ – ଡ.ପ୍ରିୟମ୍ବଦା ସାମଲ

Views: 19
0 0
Read Time:1 Minute, 33 Second

ନବରବି ନବ କରେ ପ୍ରକଟିତ
ନବ ପ୍ରସ୍ପୁଟିତ କଳି
ନବ ସୌରଭରେ ସୁଗନ୍ଧିତମୟ
ନବ ଚେତନାର ଅଳି।
ନବ ଆଶା ନବ ଅଙ୍କୁରିତ ପ୍ରାୟ
ନବ ନବ ସ୍ବପ୍ନ ନେଇ
ନବ ପ୍ରଭାତରେ ନବୀନ ଆଲୋକ
ନବ ଭାବନା ଫୁଟାଇ।
ନବ ଅନୁଚିନ୍ତା ପ୍ରାଣେ ବିରାଜିତ
ନବ ସଂଦେଶକୁ ନେଇ
ନବ ଦିବସର ନବୀନ ଉରଜା
ନୂତନତାକୁ ଦର୍ଶାଇ।
ନବ ମନୋବଳ ନବ ପ୍ରକାଶିତ
ନବୀନ ଚିନ୍ତା ଚେତନା
ନବ କର୍ମଧର୍ମ ନବ ନିଦର୍ଶନ
ନବ ପ୍ରାଣେ ଉନ୍ମାଦନା।
ନବୀନ ପ୍ରଭାତ ନବ ସୂର୍ଯ୍ଯାଲୋକ
ନବୀନର ଆବାହନ
ନବକିଛି ନବ ଦିବସ ସ୍ବାଗତେ
ନବୀନତା ଆହରଣ।

ଡ.ପ୍ରିୟମ୍ବଦା ସାମଲ
ପଟିଆ, ଭୁବନେଶ୍ୱର

Share this :
Next Post

ଚିଦାନନ୍ଦମୟ - ପଣ୍ଡିତ ଅଭାୟକୁମାର ତ୍ରିପାଠୀଶର୍ମା

ଚିଦାନନ୍ଦମୟ ମଙ୍ଗଳ ଆଳୟ ମଙ୍ଗଳ ମୂରତି ହରି l ଅଧର୍ମ ବିନାଶି ଧର୍ମ ପାଳିବାକୁ ଆସନ୍ତି ସେ ଅବତରି ll ଦୁଷ୍ଟଙ୍କୁ ନିବାରି ସନ୍ଥ ପାଳିବାରେ ସୁଦର୍ଶନ ଚକ୍ର ଧରି l ଅବତାର ପରେ ଅବତାର ନେଇ ଅଦ୍ଭୁତ ଶରୀର ଧରି ll ମତ୍ସ୍ୟ କୂର୍ମ ପୁଣି ବରହାବତାର ନରସିଂହ ଯେ ବାମନ l ରାମ ତ୍ରୟ ପୁଣି ବୁଦ୍ଧ କଳ୍କୀ ରୂପ ଅବତାର ହେଲେ ଜାଣ ll ଜୟଦେବ […]

Subscribe US Now