ମା ତାରିଣୀ – ସୁକାନ୍ତ ଖଣ୍ଡା

Views: 21
0 0
Read Time:3 Minute, 0 Second

ଜଗତ କଲ୍ଯାଣ ପାଇଁ କି ବସିଛ
ଶାଳବଣେ ତୁମେ ଆଜି
ଦେଖ କାନ୍ଦୁଛନ୍ତି ପ୍ରତ୍ଯେକଟି ଲୋକ
ସଢି଼ ମରୁଛନ୍ତି ଭାଜି
ଏମିତି ସଂସାର ସୃଜି
ସ୍ନେହ ପ୍ରେମ ଶାନ୍ତି ଧରାରେ ଥାପିଛ
କେହି ପାଉଛନ୍ତି ଖୋଜି?୧
ତୁମେ ତ ବସିଛ ମଉନ ହୋଇକି
ଆଜି ହିଁ ପାଷାଣ ହୋଇ
ଭକ୍ତ ଜନଙ୍କର ଭରସା ତୁଟୁଛି
କାନ୍ଦୁଛନ୍ତି ଲୁହ ଧୋଇ
ଏମିତି କାହିଁକି ହୋଇ
ଯଦି ଶକ୍ତି ଅଛି ଘୂଞ୍ଚାଅ ସକଳ
ଦୁଃଖ ଯେତେ ପୂରିଥାଇ।୨
ପ୍ରତି ଲୋକ କିଆଁ ପୂଜା ଓ ଅର୍ଚ୍ଚନା
ନିତି ବସି କରୁଥିବେ
ଯଦି ବୁଝିବନି ଭାବ କି ହୃଦୟ
କଥା ଅବା ଦୁଃଖ ଭବେ
ସବୁ ମନୁ ଫିଙ୍ଗିଦେବେ
ହେ ମାଆ ତାରିଣୀ ଜଗତ ଜନନୀ
କାହିଁକି ମଉନ ଏବେ?୩
ନିଜେ ଯଦି ତୁମେ ଅପାରଗ ଆଜି
ଯେମିତି ଇଛାରେ ଆସି
ରହିଗଲ ଏଇ ବାଲିଚର ଦେଖି
ମନକୁ କରିକି ଖୁସି
ହଟିଯାଅ ଦେଖି ନିଶି
ତୁମକୁ କାହିଁକି ପୂଜିବେ ଡାକିବେ
ଯିବେ ପଛେ ସବୁ ଭାସି?୪
ହୁରି ପଡି଼ଲାଣି ଜନ ସମୁଦ୍ରରେ
ତୁମେ ଅପାରଗ ବୋଲି
ନୀଳ ଆକାଶର ଚନ୍ଦ୍ରଙ୍କ ପୃଷ୍ଠରେ
ଯେମିତି କଳଙ୍କ ଝୁଲି
ହୃଦୟଟି ଫାଙ୍କା ଖାଲି
ଆଶିଷ କରିଲେ ସନ୍ତୋଷ ହୋଇକି
ଭକ୍ତିରେ ପୂଜିବେ କାଲି।୫

ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

Share this :
Next Post

ନୂଆ ସକାଳ - ଡ. ପ୍ରିୟମ୍ବଦା ସାମଲ

ନବରବି ନବ କରେ ପ୍ରକଟିତ ନବ ପ୍ରସ୍ପୁଟିତ କଳି ନବ ସୌରଭରେ ସୁଗନ୍ଧିତମୟ ନବ ଚେତନାର ଅଳି। ନବ ଆଶା ନବ ଅଙ୍କୁରିତ ପ୍ରାୟ ନବ ନବ ସ୍ବପ୍ନ ନେଇ ନବ ପ୍ରଭାତରେ ନବୀନ ଆଲୋକ ନବ ଭାବନା ଫୁଟାଇ। ନବ ଅନୁଚିନ୍ତା ପ୍ରାଣେ ବିରାଜିତ ନବ ସଂଦେଶକୁ ନେଇ ନବ ଦିବସର ନବୀନ ଉରଜା ନୂତନତାକୁ ଦର୍ଶାଇ। ନବ ମନୋବଳ ନବ ପ୍ରକାଶିତ ନବୀନ ଚିନ୍ତା ଚେତନା ନବ […]

Subscribe US Now