ଷଡ଼ଯନ୍ତ୍ର – ସୁକାନ୍ତ ଖଣ୍ଡା

Views: 13
0 0
Read Time:3 Minute, 57 Second

ନୂଆ କି ବାହା ହୋଇଥିବା ଝିଅଟି
ବୋହୂ ହୋଇଗଲା
ଗୋଟେ ମନ୍ଦିର ତୋଳିବାକୁ
ଗୋଟେ ସ୍ବର୍ଗ ବନେଇବାକୁ
ଶପଥ ନେଇଥିଲା ବାହା ବେଦୀରେ
ତା’ ବାପା ବି ଦଶ ଦୋଷ କ୍ଷମା ମାଗିଥିଲା
ସଭିଙ୍କ ସାମ୍ନାରେ।
କିନ୍ତୁ ସ୍ବେଚ୍ଛାରାରୀ ବୋହୂଟି
ରଚି଼ଲା ଷଡଯନ୍ତ୍ର ଯେବେ ଧରା ପଡି଼ଗଲା
ସ୍ବାମୀର ଅନୁପସ୍ଥିତିରେ ଖେଳୁଥିଲା ଉନ୍ମତ ହୋଇ
ଯେମିତି ଡରେ ନାହିଁ ସମୁଦ୍ରର ତରଙ୍ଗ
ପବନର ଗୀତ ନୀରବତା
ଆଉ ବି ଡହଡ଼ହ ଖରା।
କିନ୍ତୁ ଏମାନେ ତ ଈଶ୍ବରଙ୍କ ଇଛାରେ ଚାଳିତ
କିଏ ଅଟକାଇବ କୁହ?
ହେଲେ ଏ ବୋହୂଟିକୁ ଅଟକାଇ ଥିଲା ସମାଜ
ଗୋଟେ ବାହାବେଦୀର ହୋମ ଓ ଯଜ୍ଞରେ
ହେଲେ ସେ ତ ପର ପୁରୁଷକୁ ଦେହ ବିକିଛି
ଦେହ ଓ ମନକୁ ହଜେଇ ସାରିଛି
ରୂପର ଗର୍ବରେ
ଲୁଚିଲୁଚି ବିରାଡି଼ କ୍ଷୀର ପିଇବା ପରି
ଲକ୍ଷ୍ଯ ଓ ଉଦ୍ଦେଶ୍ଯ।
ଆଜି ଧରା ପଡି଼ଗଲା ତ
ସ୍ବାମୀଙ୍କ ସମ୍ମୁଖେ କ୍ଷମାଭିକ୍ଷା
କିନ୍ତୁ ରଚିଲା ଷଡ଼ଯନ୍ତ୍ର
ଖେଳୁଥିବା ଶହେ ପୁରୁଷଙ୍କ ସହାୟତାରେ
ଦିନେ ସଫା କରିଦେଲା ସ୍ବାମୀଙ୍କୁ
ଯିଏ ଶଙ୍ଖା,ସିନ୍ଦୂର ଓ ଝୁମୁକା ଦେଇଥିଲା
ଗୋଟେ ମନ୍ଦିର ତୋଳିବାକୁ
ଗୋଟେ ସ୍ବର୍ଗ ଗଢି଼ବାକୁ
ହେଲେ ହେଲା ବିପରୀତ।
ଆଜିକାଲି ବୋହୂଟି ପର ପୁରୁଷଙ୍କ ସହ
କଏଦୀଟେ ସାଜିଛି
ଆଉ ବି ମଶା,ମାଛି ଓ ଓଡ଼ଶଙ୍କ ସହ
ବନ୍ଧୁତ୍ବ ବାନ୍ଧିଛି।
କ’ଣ ଦରକାର ଥିଲା କାମନା ଦୋଳିରେ ବସିବା
ଗୋଟିଏ ନୂହେଁ,ଶହେ ପୁରୁଷରେ
ଅନୁତାପ ଅନଳରେ ଜଳିଲେ
କ’ଣ ହେବ?
ଗର୍ବ ତ ତାକୁ ଖର୍ବ କରିଦେଲା।

ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

Share this :
Next Post

ପଣତ କାନି - ନିର୍ମଳ ନାୟକ

  ମା ର ପଣତ କାନି ଧରିକରି… ଚାଲିବା ଦିନେ ଶିଖିଲି… ଖେଳ କୁଦ କରି ଥକି ଯାଉଥିଲେ… ତା ଉହାଡ଼େ ଶୋଉଥିଲି !! ସ୍କୁଲ ଯିବା ବେଳାରେ ମା ମୋ.. ବଦନ ମୋ ପୋଛୁଥିଲେ… ଲେଉଟି ଆସିଲେ ଥକି ହାରି ମୁଁ.. ବିଞ୍ଚଣା ପରି ବିଂଚୁଥିଲେ !! କିଶୋର ସମୟେ ବାହାରକୁ ଗଲେ., ମା କାନିରେ ଝାଳ ପୋଛେ…. କିଛି ଦିନ ଯଦି ବାହାରେ ରହିଣ… ମା କାନି […]

Subscribe US Now