ଇତି – ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା

Views: 31
2 0
Read Time:1 Minute, 48 Second

ଇତିରୁ ଆରମ୍ଭ ଆରମ୍ଭରୁ ଶେଷ
ମଝିରେ ଝୁଲୁଛି ବିଶ୍ୱ l
ଭୂମିଠାରୁ ଭୂମା ପରିବ୍ୟାପ୍ତ ଯାହା
ଇତିରେ ହୁଅଇ ନିଃସ୍ଵ ll
ଜନ୍ମରୁ ଆରମ୍ଭ ମୃତ୍ୟୁପରେ ଶେଷ
ମଝିରେ ସାଥୀ ନିଶ୍ୱାସ l
ବିଶ୍ୱାସରେ ବିଷ ମିଶିଗଲେ ଥରେ
ମନୁଷ୍ୟ ହୁଅଇ ଶେଷ ll
ଇତି ନୁହେଁ ଏକ ଛୋଟିଆ ଶବ୍ଦଟି
ଏହା ଅଟଇ ବିଶେଷ l
ବିସ୍ମିତ କରଇ ମଥା ଘୁରିଯାଏ
ଆରମ୍ଭ ଯେଉଁଠି ଶେଷ ll
ଶୂନ୍ୟରେ ଆରମ୍ଭ ସବୁକିଛି ଏଠି
ଶୂନ୍ୟରେ ହୁଅଇ ଶେଷ l
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ନକ୍ଷତ୍ର ପୃଥିବୀ
ଇତି ଶୂନ୍ୟ ପରିଶେଷ ll

ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା(

ସମ୍ପାଦକ ଯୁଗଜ୍ୟୋତି, କୁଆଖିଆ)

ଖଣ୍ଡିତର, ରସୁଲପୁର, ଯାଜପୁର

Share this :
Next Post

ଆସ ବସିବା ମକର - ଶ୍ରୀରାମ ସାହୁ

ବରଷକୁ ଥରେ ଆସିଛି ମକର ସରିଲା ଶୀତ କାକର। ମକର ବସିବା ଚାଉଳ ଖାଇବା ଗୁମାନ ମନ ନକର…….।୦। ଯାତରାକୁ ଯିବା ଦୋଳିରେ ବସିବା ଲାଗିବ ଭାରି ମଉଜ। ବାଘ ଭାଲୁ ସିଂହ କୁମ୍ଭୀର ମାଙ୍କଡ଼ ଥିବତହିଁ ଗଜରାଜ। ଚିଡ଼ିଆ ଖାନାରେ ଲାଗିଥିବ ଭିଡ଼ ନକର ଆଉ ଉଚ୍ଛୁର……।୧। ମନ ମୁତାବକ ଜିନିଷ କିଣିବା ବଜାର ବୁଲି ଦେଖିବା। ସୁଆଦ ଦରବ ଖାଇବା ପିଇବା ଖୁସିରେ ଗପ କରିବା। ସବୁଦିନ ପାଇଁ […]

Subscribe US Now