ସ୍ବାଗତ ଗୀତିକା – ଡ. ପ୍ରିୟମ୍ବଦା ସାମଲ

Views: 21
0 0
Read Time:2 Minute, 7 Second

 

ଶିଶିରର ସ୍ନାତ ସ୍ନିଗ୍ଧ ରଜନୀରେ
ଆଗତ ନବ ବରଷ
ଦିବ୍ଯ ଆଲୋକର ଭବ୍ଯ ଆନନ୍ଦରେ
ବିଛୁରିତ କର ହର୍ଷ।
ରଜନୀଗନ୍ଧାର ଶୁଭ୍ରତାକୁ ନେଇ
ପବିତ୍ର କର ମନ
ଗଙ୍ଗ ଶିଉଳିର ଭୁରୁଭୁରୁ ବାସେ
ପୂର୍ଣ୍ଣ କର ଦିବ୍ଯପ୍ରାଣ।
ସ୍ନେହ ଶାନ୍ତି ମୈତ୍ରୀ ପ୍ରୀତିର ରଙ୍ଗରେ
ରଙ୍ଗୀନ୍ କର ଏ ଧରା
ରୋଗ ଶୋକ ଈର୍ଷା ହିଂସା ଦୂର କର
ସେବା ଗୁଣେ ମନତୋରା।
ନୂତନ ପ୍ରଗତି ନବ ଆଶା ଜାଗୁ
ଦିବ୍ଯ ସ୍ପର୍ଶ ନବଗୀତି
ଉନ୍ନତିର ପଥେ ଅଗ୍ରସର ହେଉ
ପ୍ରତିଟି ମାନବ ଜାତି।
ନବ ପ୍ରଭାତରେ ନବ ନବ କଳି
ସୁବାସିତ ଗୁଣେ ଭରି
ନୂତନ ପ୍ରତିଭା ପ୍ରତିଭୂ ପରାୟେ
ମହକନ୍ତୁ ଗିରିଧାରୀ।
ନବନବ ଚିନ୍ତା ନବୀନ ସର୍ଜନା
ନବ ପ୍ରକାଶିତ ମନ
ନାଆର ନାବିକ ନୂତନତା ପଥେ
ବାହିନିଅ ଜନାର୍ଦ୍ଦନ।

ଡ. ପ୍ରିୟମ୍ବଦା ସାମଲ
ପଟିଆ, ଭୁବନେଶ୍ୱର।

Share this :
Next Post

ଇତି - ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା

ଇତିରୁ ଆରମ୍ଭ ଆରମ୍ଭରୁ ଶେଷ ମଝିରେ ଝୁଲୁଛି ବିଶ୍ୱ l ଭୂମିଠାରୁ ଭୂମା ପରିବ୍ୟାପ୍ତ ଯାହା ଇତିରେ ହୁଅଇ ନିଃସ୍ଵ ll ଜନ୍ମରୁ ଆରମ୍ଭ ମୃତ୍ୟୁପରେ ଶେଷ ମଝିରେ ସାଥୀ ନିଶ୍ୱାସ l ବିଶ୍ୱାସରେ ବିଷ ମିଶିଗଲେ ଥରେ ମନୁଷ୍ୟ ହୁଅଇ ଶେଷ ll ଇତି ନୁହେଁ ଏକ ଛୋଟିଆ ଶବ୍ଦଟି ଏହା ଅଟଇ ବିଶେଷ l ବିସ୍ମିତ କରଇ ମଥା ଘୁରିଯାଏ ଆରମ୍ଭ ଯେଉଁଠି ଶେଷ ll ଶୂନ୍ୟରେ […]

Subscribe US Now