ଶିଶିର ସାରସ – ସୁକାନ୍ତ ଖଣ୍ଡା

Views: 28
0 0
Read Time:3 Minute, 19 Second

ଶିଶିର ପଡି଼ବାରୁ ସାରସ କାବୁ
ମଉଳି ହିଁ ଗଲାଣି ସୌନ୍ଦର୍ଯ୍ଯ ସବୁ ଯେ
ଶିଶିର ପାଇଁ ସିନା ସାରସ ଦୁଃଖ
କାହିଁକି ହେ ବିଧାତା ହେଲ ବିମୁଖ ଯେ?୧
ସୂରୁଯ ଉଉଁ ନାହିଁ ଯଥାଶିଘ୍ରଟି
କେମିତି ପାରିବୁ କି ନିଜକୁ ଫୁଟି ଯେ
ଆମ ପ୍ରେମିକ ଆଜି ଦୁର୍ବଳ ହେଲା
ମୋଟେ ପ୍ରଖର ତେଜ ନାହିଁ ଛାଡି଼ଲା ଯେ।୨
କେମିତି ବଞ୍ଚିବୁଟି ସଂସାରେ ଆଜି
ଶିଶିର ପାଇଁ ସିନା ଯାଉଛୁ ଭାଜି ଯେ
ସବୁ କାମନା ଦେଖ ବିଲୁପ୍ତି ହେଲା
କାହିଁକି ଈଶ୍ବର ହେ କଲ ଝାମେଲା ଯେ?୩
ଆମେ ଏ ଜଗତର କଲ୍ଯାଣ ପାଇଁ
ସୌନ୍ଦର୍ଯ୍ଯ ଫୁଟାଉଛୁ ଆହେ ଗୋସେଇଁ ଯେ
ସଢି଼ ମରୁଛୁ କିନ୍ତୁ ପ୍ରେମତା ପାଇଁ
ସୂର୍ଯ୍ଯଙ୍କ ତେଜ ପ୍ରଭୁ ଦିଅ ପଠେଇ ଯେ।୪
ତୁମେ ତ ଜଗତର ହିତ ହିଁ କର
କାହିଁକି ପଠେଇଲ ନର୍କର ଦ୍ବାର ଯେ
ଛାଡ଼ନ୍ତ ଯଦି ତୁମେ ସୂର୍ଯ୍ଯଙ୍କ କର
ଆମ ସୁଖ ସମୃଦ୍ଧି ହେବ ସତ୍ବର ଯେ।୫
ଲୁହ ଝରାଉଅଛୁ ସାରସ ଯେତେ
ଶିଶିର ଆଜିକାଲି ରାଜା କେମନ୍ତେ ଯେ
ଛେଦିଲେ ତାର ଶିରି ଆମର ହିତ
ତେବେ ହୋଇବ ପ୍ରଭୁ ଆମରି ମିତ ଯେ।୬
ଈଶ୍ବର ଶୁଣୁଥିଲେ ଯେତେକ ଦୁଃଖ
କହିଲେ ହେ ସାରସ ଆସିବ ସୁଖ ଯେ
ଶୁଣିକି ଆମେ ସବୁ ଭୁଲି କଷ୍ଟକୁ
ପ୍ରଣାମ ଧନ୍ଯବାଦ ଦେଲୁ ତାହାଙ୍କୁ ଯେ।୭

ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

Share this :
Next Post

ମଝିଆ - ବାସନ୍ତୀ ଲତା ଜେନା

ବାଲ୍ୟ ଯୌବନ ବୃଦ୍ଧ ଅବସ୍ଥା ଆସେ ଜୀବନ କାଳେ ମଧ୍ୟମ ସ୍ଥାନ ଯୌବନ ନିଏ ବୃଦ୍ଧ ଅବସ୍ଥା ଭାଳେ l୧ l ମାନବ ତନୁ ମୋଟା ପତଳା ମଧ୍ୟମା ପ୍ରିୟ ହୁଏ ମଝି ଦଣ୍ଡଟି ସଫା ସୁତାରl ମନ ଲୋଭାଉ ଥାଏ l୨l ମଝି ଶବ୍ଦଟି କେଡେ ସୁନ୍ଦର ଲାଗଇ ମନ ଛୁଆଁ ମଝି ମଝିକା ଘରଟି ଯାର ଚୋରକୁ ଡର କିଆଁ l୩l ମଝି ସନ୍ତାନ ଅତି ଉତ୍ତମ […]

Subscribe US Now