ନିଷ୍ଠା ଓ ଲକ୍ଷ – ନିର୍ମଳ ନାୟକ

Views: 16
0 0
Read Time:1 Minute, 45 Second

ମାନବ ଜୀବନ କର୍ମ ଆଜୀବନ…
ସମୟ ସହିତ  ଚାଲେ….
ନିଷ୍ଠା ଓ ଲକ୍ଷ  ମନେ ରଖି ଧ୍ୟାନ….
କର୍ମ ପଥେ ନିଘା ଭଲେ !!

ନିଷ୍ଠା ର ସହିତ  କର୍ମ କରି ଥିଲେ…
ମିଳେ ନାହିଁ କେବେ ବାଧା…
ଲକ୍ଷ ବିନ୍ଦୁ ତୁମ ସଠିକ  ରହିଲେ
ମଥାରେ ସିରପା ବନ୍ଧା  !!

ନିଷ୍ଠାପର ନର  ଗୁଣି ରେ ସୁମାର….
ସଂମ୍ମାନ ର ପାତ୍ର ସେହି…
ଲକ୍ଷପଥ  ସାଧି  କରେ କର୍ମ ବିଧି…
ଉଚ୍ଚ ଆସନେ ବସିଥାଇ  !!

ନିଷ୍ଠାବନ୍ତ ଜନ  ପାଇ ସନମାନ…
ସମାଜରେ ଉଚ୍ଚ ସ୍ଥାନ…
ଲକ୍ଷ ହୀନ ଜନ ହୁଏ ହୀନିମାନ…
ପାଇ ଥାଇ ହିଁ କଷଣ !!

ନିଷ୍ଠା,ଲକ୍ଷ ଗୁଣ ହୀରା ଲୀଳା ସମ…
ସମାଜ କଲ୍ୟାଣକାରୀ….
ଅର୍ଜନେ ସଜ୍ଜନ.. ହୁଏ ଧନବାନ…
ସର୍ବ ଦୁଃଖ, କ୍ଳେଶ ହାରି !!

ନିର୍ମଳ ନାୟକ

Share this :
Next Post

ଆଗୋ ଅପରୂପା - ଚନ୍ଦ୍ରକାନ୍ତ ଜେନା

  ଦରିଆ ସୁନ୍ଦରୀ ଦରିଆର ଢେଉ ଆଖିରେ ନେଇଛ ଭରି ଗଭୀର ଜଳର ନିଳିମା ଗୋ ତୁମେ ସତେ କେଉଁ ନୀଳ ପରୀ !! ହସରେ ତୁମର ଯୁଆର ଭାଙ୍ଗୁଛି ଫୁଟାଇଣ ସତଦଳ ଆଶା ମେଣ୍ଟିଯାଏ ସ୍ବପ୍ନ ଭରିଯାଏ କଳ୍ପନା ମୋ ପାଏ ବଳ !! ଚେହେରା ତୁମର କରେ ଆକର୍ଷଣ ଢାଳିଦିଏ ଜ୍ଯୋସ୍ନା ଅଣୁ ଶାନ୍ତ ହୃଦୟରେ କରେ କୋଳାହଳ ସତେ ମରୁଭୂମି ରେଣୁ !! ଜହ୍ନର କଳଙ୍କ […]

Subscribe US Now