ଶୁଆଇ ଦିଅନା ପବିତ୍ର ଆଶାକୁ – ସଂଯୁକ୍ତା ସାହୁ

Views: 17
0 0
Read Time:2 Minute, 15 Second

ଶୁଆଇ ଦିଅନାହିଁ ପବିତ୍ର ଆଶାକୁ
ହୃଦୟର ଆଇନାକୁ ଥରେ ଚାହିଁ ଦେଖ
ଜାଣିପାରିବ ନିଜ ପବିତ୍ର ଆଶା ସବୁ
ମନର ଝରକାକୁ ଥରେ ଖୋଲି ଦେଖ
ଶୁଣିପାରିବ ନିଶ୍ଚୟ ପ୍ରେମର ମୁର୍ଛନାକୁ
ଆଖି ପଲକକୁ ଥରେ ଟେକି ଦେଖ
ବୁଝିପାରିବ ନିଜ ଆଖିର ନୀରବତାକୁ
ପବିତ୍ର ଆଶାକୁ ବିଶ୍ୱାସ ଜନ୍ମାଇ ଦେଖ
ଜାଣିପାରିବ ନିଜ ପ୍ରେମର ଗଭୀରତାକୁ
ଅସ୍ତାଚଳ ରବିକୁ ଚାହିଁ ଦେଖ ତା’ର
ପ୍ରେମର ଶୀତଳକୁ ଅନୁଭବ କରିପାରିବ
ଯେତେ ଦୁଃଖ ଆସୁ ସବୁ ସହିନେଵା
ଯେତେ ଆସୁ ପଛେ ଝଡ଼ ବତାସ
ହେବ ନାହିଁ କେବେ ହତୋତ୍ସ।ହିତ
ସେଇ ପବିତ୍ର ଆଶା ସବୁକୁ ନେଇ
ଝରଣା ପରି ଜୀବନ ଝରି ଝରି ଯାଏ
ଦୃଢ଼ ଆଶା ରଖେ ସମୁଦ୍ରରେ ମିଶିବା ପାଇଁ
ସ୍ବପ୍ନକୁ ସାକାର କରିବା ପାଇଁ ମନରେ
ଜଗାଇ ଦିଅ ଯେତେ ସବୁ ଆଶା ଉଦ୍ଦୀପନା
ତେଣୁ ଶୁଆଇ ଦିଅନା ପବିତ୍ର ଆଶାକୁ ।

ସଂଯୁକ୍ତା ସାହୁ
ରାହାମା
ଜଗତସିଂହପୁର ।

Share this :
Next Post

ନିଷ୍ଠା ଓ ଲକ୍ଷ - ନିର୍ମଳ ନାୟକ

ମାନବ ଜୀବନ କର୍ମ ଆଜୀବନ… ସମୟ ସହିତ  ଚାଲେ…. ନିଷ୍ଠା ଓ ଲକ୍ଷ  ମନେ ରଖି ଧ୍ୟାନ…. କର୍ମ ପଥେ ନିଘା ଭଲେ !! ନିଷ୍ଠା ର ସହିତ  କର୍ମ କରି ଥିଲେ… ମିଳେ ନାହିଁ କେବେ ବାଧା… ଲକ୍ଷ ବିନ୍ଦୁ ତୁମ ସଠିକ  ରହିଲେ ମଥାରେ ସିରପା ବନ୍ଧା  !! ନିଷ୍ଠାପର ନର  ଗୁଣି ରେ ସୁମାର…. ସଂମ୍ମାନ ର ପାତ୍ର ସେହି… ଲକ୍ଷପଥ  ସାଧି  କରେ କର୍ମ […]

Subscribe US Now