ପୂଜନୀରେ
ଗଠିତ ସମାଜ କରେ କେତେ ପ୍ରହେଳିକା
ନୂତନ ତା ପାଇଁ ଗଢେ କେତେ ଭାବ
ମନେ କରୁଥାଇ ଚିନ୍ତା ,
ସମାଜ ଅବଧି ତଥା ବହୁ କିର୍ତ୍ତୀ
ସଦା କରୁଥାଏ ବାଖ୍ୟା
ସରଳତା ଭରେ ସୀମା ରେଖା ଗଢେ
ମନେ କରୁଥାଏ ଚିନ୍ତା ,
ମଣିଷ ଜୀବନ ନୁହଁଇ ସହଜ
ନୁହେଁ ସଳଖର ବାଟ
ହସ ଖୁଶି ସାଥେ ରାଗ ଅଭିମାନ
ସଭିଏଁ କରନ୍ତି ଜନ ,
ଅନେକ କାରଣେ ମଣିଷ ଜୀବନେ
ଗଢେ କେତେ ପ୍ରହେଳିକା
କର୍ମ ବଳେ ନର ସଦା କରେ ଖେଳ
ବିଧାତା କରନ୍ତି ବିଚାର
ନ୍ୟାୟାର ଦେବତା ବିଧାତା ର ସ୍ରଷ୍ଟା
ଇଶ୍ୱର କରନ୍ତି ଖେଳ ,
ପିଲାଙ୍କ ଅଝଟ ନ୍ୟାୟ ପିତୃ ମାତ
ସର୍ବଦା କରନ୍ତି ଆକଟ ,
ପିଲାକୁ ଶିକ୍ଷିତ ସୁମଧୁର ବାକ୍ୟ
କରନ୍ତି ଶିକ୍ଷକ ଉଚିତ ଦ୍ୱିତୀୟ
ନ୍ୟାୟଧୀଶ ରୂପେ କରନ୍ତି
ସମସ୍ତେ ପୂଜିତ ,
ଗୁରୁଜନ ସଦା କରନ୍ତି ବିଚାର
ସର୍ବ ହିତ ସାଧ ନିତ୍ୟାନ୍ତ ,
ଇଶ୍ୱର କରନ୍ତି ସଭିଙ୍କ ବିଚାର
ନ୍ୟାୟକ ନ୍ୟାୟିକ ରୂପେ
ଗୀତାରେ ରହିଛି ଲିଖିତ .,
ପ୍ରିୟଙ୍କା ମହାନ୍ତି
ବାଙ୍କୀ ଶିମିଳିପୁର
Readers Interaction