ଆଖିର ଲୁହ – ସନ୍ଧ୍ୟାରଣୀ ଦାସ

Views: 21
0 0
Read Time:1 Minute, 27 Second

ସହି ପାରୁ ନାହିଁ ଦୁଃଖକୁ ସାଥୀ ମୁଁ
ପୋଛି ପାରୁ ନାହିଁ ଲୁହ
ଯେତେ ଚାହିଁଲେ ବି ଭୁଲି ପାରୁ ନାହିଁ
କେମିତି ବଞ୍ଚିବି କୁହ।

ଆଜି ବି ତୁମକୁ ମନ ଆଇନା ରେ
ସକାଳେ ସଂଜେ ଦେଖଇ
ନିଜ ବାଟ ତୁମେ ନିଜେ ବାଛି ନେଲ
ରହିଲି ଏକାକୀ ହୋଇ।
ଅଧାବାଟ ମୋର ଛାଡି ଦେଲ ହାତ
କେମିତି ଚାଲିବି କୁହ।

ହୃଦୟ କାନ୍ଦୁଛି ଧ୍ୱ କା ମୁଁ ପାଇଛି
ତଥାପି ପାଏ ମୁଁ ଭଲ
ଭୁଲିବା ଆଗରୁ ଭାବି ଲନି ଥରେ
ପାଉଥିଲ ମୋତେ ଭଲ।
ଆଖିର ଲୁହ ମୋ କହୁଛି କାହାଣୀ
ଅନ୍ତର ରେ ଉଠେ କୋହ।

ସନ୍ଧ୍ୟାରଣୀ ଦାସ
ଜଗତସିଂହପୁର

Share this :
Next Post

ନ୍ୟାୟାଧୀଶ - ପ୍ରିୟଙ୍କା ମହାନ୍ତି

ପୂଜନୀରେ ଗଠିତ ସମାଜ କରେ କେତେ ପ୍ରହେଳିକା ନୂତନ ତା ପାଇଁ ଗଢେ କେତେ ଭାବ ମନେ କରୁଥାଇ ଚିନ୍ତା , ସମାଜ ଅବଧି ତଥା ବହୁ କିର୍ତ୍ତୀ ସଦା କରୁଥାଏ ବାଖ୍ୟା ସରଳତା ଭରେ ସୀମା ରେଖା ଗଢେ ମନେ କରୁଥାଏ ଚିନ୍ତା , ମଣିଷ ଜୀବନ ନୁହଁଇ ସହଜ ନୁହେଁ ସଳଖର ବାଟ ହସ ଖୁଶି ସାଥେ ରାଗ ଅଭିମାନ ସଭିଏଁ କରନ୍ତି ଜନ , ଅନେକ […]

Subscribe US Now