ଏବେବି ଡାକୁଛି – ନିଲୁ ମହାନନ୍ଦ

Views: 13
0 0
Read Time:2 Minute, 49 Second

ଏବେବି ଡାକୁଛି
ଦୁଇ ହାତ ମେଲି କୋହ ଭରା ସ୍ବରେ
ଆସ ମୋ ପାଖକୁ ଆସ ……….!!

ପ୍ରତି ମୂହୁର୍ତ୍ତେ ଶରୀର କ୍ଳାନ୍ତ ଅନୁଭବ କରେ
ତୁମେ ଦୂରଦେଶେ ଥିବା ଚର୍ମ ଚକ୍ଷୁ ଦେଖି
ଜୀବନ ସଂଗୀତ ତୁମ ଗୁଣ ଗାଏ
ବିରହ ସ୍ୱରରେ ବିରହି ବିରହି
ତୁମେ କେମିତି ରହିପାର ଭାବନାକୁ ମାରି
ଏ ନୟନ ଅଶ୍ରୁ ଝରାଏ ସାଜି ଗଙ୍ଗା ,ଗୋଦାବରୀ …!!

କଥା ନଥିଲା ପ୍ରେମର ପରି ସମାପ୍ତି
ପ୍ରେମ ତ ନଥିଲା ଦୂରତା ରେ ବିକ୍ରି ହେବା ପାଇଁ
ଏ ଅଭିମାନ ର ଅଭିନୟ
ନା ଏହା ଛାଡି ଯିବାର ପ୍ରାୟଶ୍ଚିତ ….!!

ବିଶ୍ୱାସ ଓ ଭରଷାରେ ଜନ୍ମ ନେଇଥିବା
ଏ ପ୍ରେମ କ’ଣ ବାଲିଘର କି ….?
ଖଣ୍ଡ ଖଣ୍ଡ ଢେ଼ଉ ଆସି ଧୋଇ ନେଇ ଯିବ
ତାହା ତ ଥିଲା ଜୀବନ୍ତ ଉଦାହରଣ ସ୍ଵରୂପ
ଅନ୍ୟ ପ୍ରେମିକା/ପ୍ରେମିକ କୁ ଆକ୍ଷେପ କରି
ଅଥଚ ଏପରି କାହିଁକି ……..!!

ଏବେବି ଏ ହୃଦୟରେ
ପ୍ରେମର ପରିସୀମା ନୀଳସାଗର ଠାରୁ ବେଶୀ
ଏବେବି ଏ ହୃଦୟର ବିଶ୍ୱାସ
ନୀଳ ଆକାଶର ଆକାର ଠାରୁ ବେଶୀ
କେବଳ ତୁମକୁ ହିଁ ଅପେକ୍ଷା କରିଛି
ସେ ବିଶ୍ୱାସ ର ଭରଷାର ଚିନ୍ତା ଓ ଚିନ୍ତନକୁ ସାଉଁଟି ଧରି ….!!

ନିଲୁ ମହାନନ୍ଦ
କଳାହାଣ୍ଡି

Share this :
Next Post

ଆଖିର ଲୁହ - ସନ୍ଧ୍ୟାରଣୀ ଦାସ

ସହି ପାରୁ ନାହିଁ ଦୁଃଖକୁ ସାଥୀ ମୁଁ ପୋଛି ପାରୁ ନାହିଁ ଲୁହ ଯେତେ ଚାହିଁଲେ ବି ଭୁଲି ପାରୁ ନାହିଁ କେମିତି ବଞ୍ଚିବି କୁହ। ଆଜି ବି ତୁମକୁ ମନ ଆଇନା ରେ ସକାଳେ ସଂଜେ ଦେଖଇ ନିଜ ବାଟ ତୁମେ ନିଜେ ବାଛି ନେଲ ରହିଲି ଏକାକୀ ହୋଇ। ଅଧାବାଟ ମୋର ଛାଡି ଦେଲ ହାତ କେମିତି ଚାଲିବି କୁହ। ହୃଦୟ କାନ୍ଦୁଛି ଧ୍ୱ କା ମୁଁ […]

Subscribe US Now