ଦୁଃଖି ମଣିଷ ମୁଁ – ବଂଶୀଧର ପଣ୍ଡା

Views: 17
0 0
Read Time:2 Minute, 10 Second

ଦୁଖି ମଣିଷ ମୁଁ ଦୁଃଖର ସଂସାର
ଦୁଃଖ ମୋ’ର ଆପଣାର
କା‌ହିକି ଲୋଡିବି ସୁଖର ବିଭବ
ସେତ କଲା ସାତପର
ଦୁଃଖ ମୋ ବାନ୍ଧବ ଆତ୍ମିୟ ସ୍ବଜନ
ଦୁଃଖ ମୋ’ର ସହଚର।୧
ସୁଖର ବିଳାସେ ନିତି ମନ ରସେ
ତୁମକୁ ପାଇବି କାହିଁ
ଦୁଃଖ ଥିଲେ ସିନା ତୁମକୁ ଡାକିବି
ଅନ୍ୟଥା ପାଇବି। କାହିଁ
ଦେବ ଯଦି ଖାଲି ଦୁଃଖ ଦେଇ ଯାଅ
ଆନ ଲୋଡା ନାହିଁ ମୋର।୨
ଆହେ ପଦ୍ମ ମୁଖ ନ‌ହେବି ବିମୁଖ
ଯେତେ ପାର ଦୁଃଖ ଦିଅ
ଦୁଃଖ ର ସଙ୍ଗୀତ ନିତି ଗାଉଥୀବି
ତୁମ ନାମ କରି ଲ଼ୟ
ଏମିତି ଏମିତି ଦୁଃଖରେ ଦୁଃଖରେ
ତୁମକୁ କରି ନିଜର।୩
ଦୁଃଖ ତ ଦେଇଛ ଦୁଃଖ କିଛି ନାହିଁ
ସହିବାକୁ ଦିଅ ଶକ୍ତି
ଭୁଲି ଯିବି କାଳେ ତୁମରି ନାମକୁ ମନେ ଭ୍ରରି ଦିଅ ଶକ୍ତି
ତୁମ ଦିଆ ଦୁଃଖ ମୋ’ର ପ୍ରିୟ ହେଉ
ତୁମ ନାମ ମାତ୍ର ସାର୍।୪

ବଂଶୀଧର ପଣ୍ଡା
ଖୋର୍ଦ୍ଧା

Share this :
Next Post

ଏବେବି ଡାକୁଛି - ନିଲୁ ମହାନନ୍ଦ

ଏବେବି ଡାକୁଛି ଦୁଇ ହାତ ମେଲି କୋହ ଭରା ସ୍ବରେ ଆସ ମୋ ପାଖକୁ ଆସ ……….!! ପ୍ରତି ମୂହୁର୍ତ୍ତେ ଶରୀର କ୍ଳାନ୍ତ ଅନୁଭବ କରେ ତୁମେ ଦୂରଦେଶେ ଥିବା ଚର୍ମ ଚକ୍ଷୁ ଦେଖି ଜୀବନ ସଂଗୀତ ତୁମ ଗୁଣ ଗାଏ ବିରହ ସ୍ୱରରେ ବିରହି ବିରହି ତୁମେ କେମିତି ରହିପାର ଭାବନାକୁ ମାରି ଏ ନୟନ ଅଶ୍ରୁ ଝରାଏ ସାଜି ଗଙ୍ଗା ,ଗୋଦାବରୀ …!! କଥା ନଥିଲା ପ୍ରେମର […]

Subscribe US Now