ଆସ ବସିବା ମକର – ଶ୍ରୀରାମ ସାହୁ

Views: 17
0 0
Read Time:1 Minute, 46 Second

ବରଷକୁ ଥରେ ଆସିଛି ମକର
ସରିଲା ଶୀତ କାକର।
ମକର ବସିବା ଚାଉଳ ଖାଇବା
ଗୁମାନ ମନ ନକର…….।୦।
ଯାତରାକୁ ଯିବା ଦୋଳିରେ ବସିବା
ଲାଗିବ ଭାରି ମଉଜ।
ବାଘ ଭାଲୁ ସିଂହ କୁମ୍ଭୀର ମାଙ୍କଡ଼
ଥିବତହିଁ ଗଜରାଜ।
ଚିଡ଼ିଆ ଖାନାରେ ଲାଗିଥିବ ଭିଡ଼
ନକର ଆଉ ଉଚ୍ଛୁର……।୧।
ମନ ମୁତାବକ ଜିନିଷ କିଣିବା
ବଜାର ବୁଲି ଦେଖିବା।
ସୁଆଦ ଦରବ ଖାଇବା ପିଇବା
ଖୁସିରେ ଗପ କରିବା।
ସବୁଦିନ ପାଇଁ ଆନନ୍ଦେ ରହିବା
ଡାକିବା ଦୁହେଁ ମକର…..।୨।
ଯୋଡ଼ି ହୋଇଛନ୍ତି କହିବେ ଦେଖିଲେ
ମକର ଏମିତି ସିନା।
ଭଲରେ ମନ୍ଦରେ ସୁଖରେ ଦୁଃଖରେ
କିଏ କାହାକୁ ଛାଡେନା।
ଆମରି ସଂସ୍କୃତି ଆମ ପରମ୍ପରା
ଜଗତେ ଅଟେ ସୁନ୍ଦର…….।୩।

ଶ୍ରୀରାମ ସାହୁ
ଫୁଲବାଣୀ।କନ୍ଧମାଳ।

Share this :
Next Post

ସବୁବେଳେ ମନେପଡେ ପିଲାଦିନ - ସୁରେନ୍ଦ୍ର କୁମାର ବେହେରା

ସବୁବେଳେ ମନେପଡେ ପିଲାଦିନ ଲୁଚକାଳି,ବୋହୁଚୋରି ଛୋଟ ପିଲାଙ୍କର ଖେଳକୁ ଦେଖିଲେ ମନ ହୁଏ ମୋର ଝୁରି ।1। ଛନ୍ଦ କି କପଟ ନଥିଲା କାମନେ ମିଳି ମିଶି ଖେଳୁଥିଲୁ ଝାଟି ଜଙ୍ଗଲରୁ କଣ୍ଟେଇ କୋଳିକୁ ମିଶି ପୁଣି ତୋଳୁ ଥିଲୁ ।2। ସବୁବେଳେ ମନେପଡେ ପିଲାଦିନ ଚାଟଶାଳୀ ପଢ଼ା ପାଠ ମଧୁ ବର୍ଣ୍ଣବୋଧ ପଢୁଥିଲୁ ମିଶି ବୋଲାଇଲୁ ଭଲ ଚାଟ ।3। ଅକ୍ଷର ଶିକ୍ଷାକୁ ପଣକିଆ ଘୋଷା ଦାମ ଗୁରୁଜୀଙ୍କ […]

Subscribe US Now