ଆଗୋ ଅପରୂପା – ଚନ୍ଦ୍ରକାନ୍ତ ଜେନା

Views: 20
2 0
Read Time:2 Minute, 13 Second

 

ଦରିଆ ସୁନ୍ଦରୀ ଦରିଆର ଢେଉ
ଆଖିରେ ନେଇଛ ଭରି
ଗଭୀର ଜଳର ନିଳିମା ଗୋ ତୁମେ
ସତେ କେଉଁ ନୀଳ ପରୀ !!

ହସରେ ତୁମର ଯୁଆର ଭାଙ୍ଗୁଛି
ଫୁଟାଇଣ ସତଦଳ
ଆଶା ମେଣ୍ଟିଯାଏ ସ୍ବପ୍ନ ଭରିଯାଏ
କଳ୍ପନା ମୋ ପାଏ ବଳ !!

ଚେହେରା ତୁମର କରେ ଆକର୍ଷଣ
ଢାଳିଦିଏ ଜ୍ଯୋସ୍ନା ଅଣୁ
ଶାନ୍ତ ହୃଦୟରେ କରେ କୋଳାହଳ
ସତେ ମରୁଭୂମି ରେଣୁ !!

ଜହ୍ନର କଳଙ୍କ ଗୋଲାପର କଣ୍ଟା
ଯେମିତିକା ଶୋଭା ପାଏ
ମଥାରେ ତୁମର ଛୋଟ କଳାଜାଇ
ମନ ମୋହି ନେଇଯାଏ !!

ଗୋରା ସେ ଗାଲରେ ଖେଳଇ ଭଉଁରି
ସତେ’କି ଗଭୀର ରାଶି
ଭ୍ରମିତ କରଇ ମନ ଉପବନ
ଭାବନାରେ ଯାଏ ଭାସି !!

ଆଷାଢି ବଉଦ ବଦଳାଇ ଦିଗ
ସଜାଇ ଦେଇଛି ଗଭା
ଅପଲକେ ଆଖି ରହିଥାଏ ଲାଖି
ରୂପ ସେହି ମନ ଲୋଭା !!

ଆଗୋ ଅପରୂପା ଫୁଲେଇ ରାଧିକା
ମେହିନୀ ଗୋ ଯାଦୁଗରି
ନୀରବତା ତୁମ ଲାଗେ ଭାରି ଭଲ
ପାରୁନି ବର୍ଣ୍ଣନା କରି !!

ଚନ୍ଦ୍ରକାନ୍ତ ଜେନା
ବଡମ୍ବା,କଟକ

Share this :
Next Post

ଅଭିଶପ୍ତା ନାରୀ - ଅନୀତା ବେହେରା

କେତେ ଜନମର ପାପ ଫଳେ ନାରୀ ଜନମ ହୋଇଲା | ସେଇ କଥା ଆଜି ଭାବି ଭାବି କରି ଦୁଃଖରେ ଦିନ ସରିଲା || ଗର୍ଭ ଧାରିଣୀ ସେ ମାଆର ଦୁଃଖକୁ ଶେଷ କରି ନପାରିଲ| | ଜନମ ଦିନଠୁଁ ଶାଶୁ ଘର ଯାଏଁ ବୋଝ ରୁପେ ଲଦା ହେଲା || ଶାଶୁ ଘରକୁ ବି ଆସି ସାରିଥିଲେ ପରବ ପର୍ବାଣୀ ଭାର | ଗରିବ ବାପକୁ କେତେ କଷ୍ଟ […]

Subscribe US Now