ଦିଅ ହେ ଦର୍ଶନ ଆହେ ଭୋଳା ନାଥ
ଦେବ ଦେବ ମହାଦେବ,
ଭାସି ଯିବା ଆଗୁ ଧରି ନିଅ ହାତ
ଦୟା କର ପ୍ରଭୁ ଶିବ।।
ସବୁ ପାପ ମୋର କର ପ୍ରଭୁ କ୍ଷୟ
ଅଭାଗିନୀ ଝିଅ ଟିର,
ଶରଣ ପଶୁଛି ତୁମ ଠାରେ ପ୍ରଭୁ
ହସ୍ତ ରଖ ମୋ ମସ୍ତକ ଉପର।।
କୃପା ଭିକ୍ଷା ଆଜି କରୁ ଅଛି ପ୍ରଭୁ
ଘେନ ମୋ କୋଟି ମୁଣ୍ଡିଆ,
ତବ ପାଦ ପଦ୍ମେ ଆଶ୍ରୟ ଦିଅ ହେ
କର ପ୍ରଭୁ ମୋତେ ଦୟା।।
ଚାଲି ଚାଲି ଆଜି ଥକି ପଡି ଅଛି
ଜୀବନ ର ଚଲା ପଥ ରେ,
କୋଳେଇ ନିଅ ହେ ଝିଅ କୁ ତୁମର
ଦୟା କର ପ୍ରଭୁ ବାରେ।।
ନାହିଁ ପ୍ରଭୁ ମୋର କିଛି ଅବଶୋଷ
ତୁମକୁ ଭରସା କରିଛି,
ସବୁ ଭୂଲ୍ ମୋର କ୍ଷମା କରିଦିଅ
ଯେତେ ଯାହା ସବୁ କରିଛି।
ଲୋଡ଼ା ନାହିଁ ପ୍ରଭୁ ସ୍ବର୍ଗ ସୁଖ ମୋର
ତବ ପାଦ ପଦ୍ମେ ମୋର ମନ,
ଜଟିଳ ଜଟିଳ ଲାଗୁ ଅଛି ଆଜି
ଏଇ ମୋ ଛୋଟିଆ ଜୀବନ।।
ଦିଅ ପ୍ରଭୁ ବାରେ ତୁମ ଦରଶନ
ଧନ୍ୟ ହୋଇ ଯିବି ମୁହିଁ,
ମନ୍ଦିରେ ତୁମର ମୁଣ୍ଡ ପିଟି ପିଟି
ରହିଛି ତୁମକୁ ଚାହିଁ।।
ଘେନ ପ୍ରଭୁ ମୋର ଦୀପ ର ଦିପାଳି
ଆଖିର ଦି ଟୋପା ଲୁହ,
ଦୁଇ ହାତ ମୋର ଟେକି ଦେଲି ପ୍ରଭୁ
ତୁମ ପାଦେ ରଖି ଲୟ।।
ମାଗୁଣି ମୋହର ଏତିକି ହେ ଦେବ
ଯେତେ ଦିନ ବଞ୍ଚି ଥିବି,
ଯେତେ ଯାହା ପ୍ରଭୁ ହେଲେ ହେଇ ଯାଉ
ତୁମ ସେବା କରୁ ଥିବି।।
ଯେଉଁଠି ମୁଁ ଥାଏ ଯେମିତି ମୁଁ ଥାଏ
ତୁମ ନାମ ଜପି ବାକୁ,
କୃପା ଥରେ ମତେ ଦେଇ ଦିଅ ଶମ୍ଭୁ
ଏ ଜୀବନ କାଳ କାଳକୁ।।
ପ୍ରେମଲତା ସାହୁ
କଟକ
Readers Interaction