ବିବେକକୁ ଶତଧିକ
ଯନ୍ତ୍ରଣାର କ୍ଷୀଣ ସ୍ୱର
ମାନବିକତାର ଅଧପତନରେ
ବିବେକକୁ ଧିକକାର ।1।
ମଣିଷ ଜନମ ଜୀବ ମଧ୍ୟେଶ୍ରେଷ୍ଠ
ବଳିଦେଇ ସ୍ୱାଭିମାନ
ସ୍ୱାର୍ଥପର ହୋଇ ବିବେକ ବିହୀନ
କାର୍ଯ୍ୟକର ବେହିମାନ ।2।
ଅନ୍ୟର କାନ୍ଧରେ ବନ୍ଧୁକକୁ ରଖି
ଫୁଟାଇ ଦେଉଛ ଗୁଳି
ଅବିବେକି କାମ ନିଜେକରି ପୁଣି
ଅନ୍ୟକୁ ପକାଅ ବଳି ।3।
ନିଜେ ଚାଲୁଥିବା ବାଟ ପରିଷ୍କାର
ଅନ୍ୟବାଟେ ବିଛାକଣ୍ଟା
ଖାଲଖମା ବାଟେ ଅନ୍ୟକୁ ପକାଇ
ସଲଖି ଚାଲୁଛ ଅଣ୍ଟା ।4।
ସ୍ନେହ ମମତାର ମୂଲ୍ୟ ଜାଣିବାର
କେବେବି କରିନ ଇଛା
ଆପଣାର ଭାବି ସାଥୀ ମଣିଷର
କାଟି ପାର ପୁଣି କଛା ।5।
ଭୋକ ଉପାସରେ ପଡିଶା ଚଳୁଛି
ତା,କଂସାରେ ତୁମ ହାତ
ଭୋକିଲା ଭୋକରେ ଆଉଟୁ ପାଉଟୁ
ଚତୁରେ ଖାଅତା,ଭାତ ।6।
କର୍ତ୍ତବ୍ୟ ପଥରୁ ବିଚ୍ୟୁତ ହେଉଛ
ମନ ତୁମ କଳୁଷିତ
ବିବେକ ହରେଇ ଅବିବେକି ହୋଇ
ଉପରେ ବୋଲାଅ ମିତ ।7।
ଧନ୍ୟରେ ମଣିଷ ହୋଇ ମଣିଷ
ବିବେକ ବିହୀନ ଜନ
ସଂସାରରେ ରହି ସୁନେଲି ସପନ
ଦେଖିବୁତୁ କେତେ ଦିନ ।8।
ଯନ୍ତ୍ରଣା ଜୁଇରେ ଭୋକିଲା ପେଟକୁ
ମାରି ଅବିବେକି ନାତ
ଅନ୍ୟକୁ ଠକୁଛୁ ନିଜେ ଠକିଯିବୁ
ଜଣା ପଡିଯିବ ସତ ।9।
ଚକିଗୁଡ଼ କହୁଣିକୁ ବହିଗଲେ
ବିବେକ ଆସିବ ଫେରି
କଣ୍ଠସ୍ୱର ତୋର ନରମି ଗଲେବି
ତୁଣ୍ଡେ ପଶିବନି ହରି ।10।
ସୁରେନ୍ଦ୍ର କୁମାର ବେହେରା ।
ଜିତିପୁର,ହରିପୁର ହାଟ, ଯାଜପୁର ।
Readers Interaction