Read Time:1 Minute, 44 Second
ତୁ କାହିଁ ବ୍ୟଥିତ ବ୍ୟସ୍ତ ବିବ୍ରତ
ଭଗ୍ନ କୋଣାର୍କ ଦେଖି
ତୋ ଆଗରୁ କେତେ ଗଲେଣି ବାହୁଡ଼ି
ବଦଳିନୀ ଜମା କିଛି ।।
କାନ୍ଦୁଛି ଗରିବ ଜଳୁଛି ତାପେଟ
ଦୁଃଖ ତାର ବାରମାସୀ
ନେତା ଏ ବର୍ଷନ୍ତି ଭାଷଣ ବାଜିରେ
ଏସି ଅଫିସିରେ ବସି ।।
ଭଗବାନ ଜମା ଦିଅନ୍ତିନି ଧରା
ମନ୍ଦିରେ ଝୁଲୁଛି ତାଲା
ଅବଳା ଦୁର୍ବଳା ଖଟିଖିଆ ଵାଲା
ସହନ୍ତି କରୋନା ଢେଲା ।।
ଜୀବନ ଯାଉଛି ଜୀବିକା ଗଲାଣି
ବାଣ୍ଟିଦିଏ ଖାଲି ଦୁଖଃ
ରାଜନୀତି ରାଲି ଉପହାସ କରେ
ଆରଥର ଦେବୁ ସୁଖ ।।
ଗାନ୍ଧୀ ନାହିଁ ଆଉ ଅନଶନ ପାଇଁ
ସଭିଏଁ ଗଲେଣି ବୁଝି
ନିଜ ଭାଗ୍ୟଡୋରୀ ନିଜେ ହାତେ ଏବେ
କାହାକୁ ଯାଉଛ ଖୋଜି ।।
ପ୍ରଶାନ୍ତ କୁମାର ସେଠୀ
ଭଦ୍ରକ
Readers Interaction