ଟୁଉକୁ ମୂଷି (ଶିଶୁ କବିତା) – ପୀତାମ୍ବର ମାଝୀ

Views: 32
0 0
Read Time:1 Minute, 51 Second

ଟୁଉକୁ ମୂଷିରେ
ଟୁଉକୁ ମୂଷି
ଧାନ ଖାଉଅଛୁ
ମୋ ଘରେ ପଶି l…୧.
ଘର କୋଣେ କୋଣେ
ଖୋଳୁଛୁ ମାଟି
ବହି ପତର ମୋ
ନ ଦେବୁ କାଟି l…୨.
ବିଲେଇ ଡ଼ରରେ
ଲୁଚୁ ତୁ ଗାତେ
ଧରା ଦେଉ ନାହିଁ
ତାହାରି ହାତେ l…୩.
ଭାରି ଚତୁର ତୁ
ଛୋଟିଆ ଜୀବ
ଛାରଖାର କରୁ
ଯେଉଁଠି ଥିବ l…୪.
କୁନା,କୁନି ଆମ
ଭାରି ରୁଷନ୍ତି
ହୋଇବୁ କି ତୁହି
ତାଙ୍କରି ସାଥି l…୫.
ତାଙ୍କରି ସାଥିରେ
ଖେଳିବୁ ମିଶି
ନୂଆ ସାଙ୍ଗ ପାଇ
ହୋଇବେ ଖୁସୀ l…୬.
ସାଙ୍ଗ ହୋଇ ଯିବ
ବିଦ୍ଯାଳୟକୁ
ଖାତିର କରିବନି
ଗୁରୁ କଥାକୁ l…୭.
ମାନିବୁ ମୋ କଥା
ଜାଣିଛି ମୁହିଁ
ଟୁଉକୁ ମୂଷିରେ
ଆ’ ତୁ ଧାଇଁ l…୮.

ପୀତାମ୍ବର ମାଝୀ, ଭରୁଆମୁଣ୍ଡା
କୋମନା, ନୂଆପଡ଼ା

Share this :
Next Post

ଗ୍ରାମପଥ- ବେଣୁଧର ସୂତାର

ତାଳ ନାରିକେଳ ବଉଳ ତମାଳ ସହକାର କୁଞ୍ଜ କି ମନଲୋଭା ମଞ୍ଜୁଳ ସକାଳ ଚାରୁ ସାଂୟକାଳ ତାଉଷା ଗୋଧୂଳି ଅପୂର୍ବ ଶୋଭା । ମୋଗାଆଁର ଏଇ ସଂକୀର୍ଣ୍ଣପଥଟି ଦୂର ଦିଗନ୍ତ କୁ ଯାଉଛି ଚୁମି ଜନ୍ମରୁ ମରଣ ମଧୁ ଆକର୍ଷଣ ଚିର ଅପାଶୋରା ମୋ ପଲ୍ଲୀଭୂମି । ଏଇପଥ ଜୀବ ଜୀବିକାର ରାହା ଜନ ଜୀବନର ସୁଖ ସରଣୀ ଭରା ଅନୁରାଗେ ମମତା ପରାଗେ ଯୋଗେଶ୍ବରୀ ସେତ ଜନକଲ୍ୟାଣୀ । […]

Subscribe US Now