ଦ୍ଵିତୀୟ ସୋପାନ- ଅନୁପମା ସାହୁ

Views: 33
0 0
Read Time:4 Minute, 19 Second

*॥୧॥*
କହିବ କି?
ପ୍ରିୟତମ ମୋର ?
ଏ ମନ ଯମୁନା ନଦୀରେ
ଉଠେକିଆଁ ଆଜି ଆନନ୍ଦ ଜୁଆର
ଏଇ ମନ ମୋର ଉଲ୍ଳାସେ ଅଧିର ॥

*॥ ୨॥*
କିଆଁ ଏତେ ଖୁସି ଲାଗେ ?
ତୁମ କଥା ଭାବି ଦେଲେ ଖାଲି
ବୟସର କୃଷ୍ଣଚୂଡ଼ା ଫୁଲ
ଟିପି ଟିପି ପାଦ ଥାପି
ମାଖି ଦିଏ ଯୌବନର
ସୁଗନ୍ଧ ସୌରଭ
ଖୋଜୁଥାଏ ମୋ ପାପୁଲି
ପ୍ରେମର ଆଶ୍ରୟ ହୃଦଛଳଛଳ ॥

*॥ ୩॥*
ପ୍ରେମରେ ଉତ୍ତଳା
ମୁଁ ଯେ ପ୍ରୀତିରେ ଛବିଳା
ପ୍ରେରଣାର ବତୀଘର
ତୁମେ ମୋ ଆଶାର
ପ୍ରଦୀପ୍ତ ପ୍ରଖର ପ୍ରଦୀପ ସମ
ଅହର୍ନିଶ ଜଳୁଥାଅ ମୋ ହୃଦରେ
ସଦା ଢାଳି ପ୍ରେମାଲୋକ
କାକୁସ୍ଥ ମୋ ହଜିଲା ଅସ୍ତିତ୍ଵ
ବିହ୍ଵଳ ମୁଁ ଇଶାରାରେ ତୁମ॥

*॥ ୪॥*
ପଦେ ପଦେ ଉତ୍ସାହର ଶବ୍ଦ
ତୁଟେ ମୋ ପ୍ରମାଦ
ଏ ଜୀବନେ ପୂର୍ଣ୍ଣତା ଆହ୍ଲାଦ
ନିଜକୁ ମୁଁ ମଣେ ନିରାପଦ
ହୃଦ ହୁଏ ନୀରବନିସ୍ପନ୍ଦ
ତୁଟିଯାଏ ମାନସିକ ଦ୍ଵନ୍ଦ୍ବ
*ଅ*ପଲକ ରହେଚାହିଁ
*ନୁ*ଆଁଣିଆ ନୟନରେ
*ପ*ଡ଼େନା ପଲକ ମୋର
*ମା*ଦକତା ଭରେ
ଅଙ୍ଗେ ଅଙ୍ଗେ ପରଶ ତୁମର ॥

*॥୫॥*
ଇନ୍ଦ୍ରଧନୁ ସପ୍ତରଙ୍ଗେ ହୁଏ ମୁଁ ସଜ୍ଜିତା
ତୁମରି ଉତ୍ସାହପ୍ରଦ ବଚ଼ନରେ
ମାତ୍ର ହୋଇ ଆମୋଦିତା
ଏଇ ମୋର ଦ୍ଵିତୀୟ ସୋପାନ
ହେଲି ଅବହେଳେ ପାର .
ଆ8 . . . . କି ପ୍ରଶାନ୍ତ
ପୁଲକ ଏହାର ? ॥

*॥ ୬॥*
ପ୍ରିୟତମ !
ନାହିଁ ପ୍ରଶ୍ନ ଚିହ୍ନ
ତୁମକୁ ମୁଁ ଭୁଲିବାର
ଭୁଲି କି ପାରିବି କେବେ ?
ତୁମର ସେ ଅମ୍ଲାନ ଶବଦ ସମ୍ଭାର
କବିତା ମିନାର
ଶ୍ରେୟ ପ୍ରେୟ ମିଷ୍ଟ ବ୍ୟବହାର
ମୋ ଚେତନ ପରିଧିର
ଭାବର ସେ ପ୍ରୀତିପୂର୍ଣ୍ଣ ଝର
ଵହୁଥିବ ଝରଝର ନିରବଧି
ଗାଇ ଗାଇ କବିତା ଆମର
ଏ ଶାଶ୍ଵତ ପ୍ରେମଜୟଗାନ
ଚିରନ୍ତନ ଅଭିସାର
ତୃପ୍ତ ହେବେ ପରମଈଶ୍ଵର
ଦେଲେଣି ସେ ସଂକେତ ଏଥର
ଝଲମଲ ତା ପ୍ରଭାବେ
ପ୍ରେମଦୀପ୍ତ ପ୍ରଣୟ ମନ୍ଦିର ॥

ଅନୁପମା ସାହୁ
ବଡପଦନା
କେନ୍ଦୁଝର

Share this :
Next Post

ଟୁଉକୁ ମୂଷି (ଶିଶୁ କବିତା) - ପୀତାମ୍ବର ମାଝୀ

ଟୁଉକୁ ମୂଷିରେ ଟୁଉକୁ ମୂଷି ଧାନ ଖାଉଅଛୁ ମୋ ଘରେ ପଶି l…୧. ଘର କୋଣେ କୋଣେ ଖୋଳୁଛୁ ମାଟି ବହି ପତର ମୋ ନ ଦେବୁ କାଟି l…୨. ବିଲେଇ ଡ଼ରରେ ଲୁଚୁ ତୁ ଗାତେ ଧରା ଦେଉ ନାହିଁ ତାହାରି ହାତେ l…୩. ଭାରି ଚତୁର ତୁ ଛୋଟିଆ ଜୀବ ଛାରଖାର କରୁ ଯେଉଁଠି ଥିବ l…୪. କୁନା,କୁନି ଆମ ଭାରି ରୁଷନ୍ତି ହୋଇବୁ କି ତୁହି […]

Subscribe US Now