ପ୍ରୀତିର ସ୍ପର୍ଶ – ଡ଼ ମୃତ୍ୟୁଞ୍ଜୟ ସାହୁ

Views: 8
0 0
Read Time:1 Minute, 39 Second

କଳା କୁଞ୍ଚ କେଶେ ନାଲିଆ ଅଧରେ
ଧବଳ ବର୍ଣ୍ଣର ହସ୍ତେ ,
ଗୋଲାପୀ ରଙ୍ଗର ଗୋଲାପକୁ ଧରି
ଆସେ ଯେବେ ପ୍ରିୟା ଆସ୍ତେ ।

ଛାତିର ସ୍ପନ୍ଦନ କୁହେ ଘନ ଘନ
ବିଶ୍ୱାସେ ନିଃଶ୍ୱାସ ଧରି ,
ପ୍ରେମିକା ତୁମର ପ୍ରେମ ଅପେକ୍ଷାରେ
କରନାହିଁ ଆଉ ଡେରି ।

ଛମ୍ ଛମ୍ କରି ପାଉଁଜି ପ୍ରିୟାର
ଗୁଣୁ ଗୁଣ ଗୀତ ଗାଇ,
ହୃଦୟେ ଖେଳାଏ ନୂଆ ଶିହରଣ
ତୁମ ପ୍ରୀତି ସ୍ପର୍ଶ ପାଇ ।

କାନର ଝୁମୁକା କହେ ମନ କଥା
ମୋ କାନ ପାଖରେ ବସି ,
ଆଲୋ ବାଇଆଣି ତୋ ଆଖି ଚାହାଣୀ
ବଖାଣୁଛି ତୋର ଖୁସି ।

ଡ଼ ମୃତ୍ୟୁଞ୍ଜୟ ସାହୁ
ପ୍ରତିଷ୍ଠାତା :- କବିତା ମିନାର ସାହିତ୍ୟ ଘର
ବଡ଼ମ୍ବା,କଟକ
ମୋ :- ୯୦୯୦୭୦୦୬୦୧

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

ଦ୍ଵିତୀୟ ସୋପାନ- ଅନୁପମା ସାହୁ

*॥୧॥* କହିବ କି? ପ୍ରିୟତମ ମୋର ? ଏ ମନ ଯମୁନା ନଦୀରେ ଉଠେକିଆଁ ଆଜି ଆନନ୍ଦ ଜୁଆର ଏଇ ମନ ମୋର ଉଲ୍ଳାସେ ଅଧିର ॥ *॥ ୨॥* କିଆଁ ଏତେ ଖୁସି ଲାଗେ ? ତୁମ କଥା ଭାବି ଦେଲେ ଖାଲି ବୟସର କୃଷ୍ଣଚୂଡ଼ା ଫୁଲ ଟିପି ଟିପି ପାଦ ଥାପି ମାଖି ଦିଏ ଯୌବନର ସୁଗନ୍ଧ ସୌରଭ ଖୋଜୁଥାଏ ମୋ ପାପୁଲି ପ୍ରେମର ଆଶ୍ରୟ ହୃଦଛଳଛଳ […]

Subscribe US Now