ଶୀତ ଆସିଛି ରେ
ଶୀତ ଆସିଛି,,,,,,,
ଶୀତ ଆସିଛି ରେ
ଶୀତ ଆସିଛି
କାଲୁ ଆ ବାଆ କୁ
ସାଥେ ଆଣିଛି
ହେମନ୍ତ ଋତୁ ଯେ
ବିଦା ହେଇଛି।
ଶୀତ ଆସିଛି ରେ,,,,,,,
ବାଘ ପରି ଶୀତ
ମାଡ଼ି ଆସୁଛି
ଦିନ ସାନ ରାତି
ବଡ଼ ହେଉଛି
କନ୍ଥା ଓ କମ୍ବଳ
ଲୋଡା ପଡ଼ିଛି।
ଶୀତ ଆସିଛି ରେ,,,
ଏ ସନ ର ଶୀତ
ଦାଉ ସାଧୁଛି
ଶୀତ କୁ ବରଷା
ମାଡ଼ି ଆସିଛି
ସାରା ରାଇଜ ଟା
ଶୀ ତେ ଥରୁଛି।
ଶୀତ ଆସିଛି ରେ,,,,,
ଗାଁ ଦାଣ୍ଡ ଖାଁ ଖାଁ
ଆଗ ପରି ଲାଗୁନି
ବୁଢ଼ୀ ମାଆ ପାଶେ
ଭିଡ ଜମୁନି
କାହାଣୀ ପେଡ଼ି ରେ
ଗଣ୍ଠି ପଡ଼ିଛି
ଶୀତ ଆସିଛି ରେ,,,,,।
ହାଡ଼ ଥରା ଶୀତେ
ଗୋହିରି ଦାଣ୍ଡେ
ନିଆଁ ନ ପୁଅନ୍ତି
ବାଳକ ବୃନ୍ଦେ
କରୋନା ଟା ଦେଖ
ଦାଉ ସାଧୁଛି।
ଶୀତ ଆସିଛି ରେ,,,,,
ଆଗ ପରି ଶୀତ
ମଜା ଦେଉନି
ବାଦାମ ମୁଢ଼ି ର
ସ୍ଵାଦ ମିଳୁନି
ସବୁ ସୁଖ ଶାନ୍ତି
ହଜି ଯାଇଛି।
ଶୀତ ଆସିଛି ରେ,,,,,
ଚାଷୀ ଭାଇ ମନେ
ସରାଗ ନାହିଁ
ଉଜୁଡ଼ା କ୍ଷେତ କୁ
ଦେଲେ ଅନାଇଁ
ବିଚରା ଲୁହ କୁ
ସାଥୀ କରିଛି।
ଶୀତ ଆସିଛି ରେ,,,,,,
ବିଜୟ କୁମାର ସ୍ବାଇଁ, ପ୍ରଧାନ ପଡା, କଟକ।
Readers Interaction