ଜାଣ ଓ ଜିଣ – ଶ୍ରୀମତୀ ଛବିରାଣୀ ପତି

Views: 20
0 0
Read Time:2 Minute, 18 Second

ଶୁଖିଲା ଗଳାକୁ ଶୁଖିଲା କାଶ
ପ୍ରଖର ମାତ୍ରାରେ ଯଦି ନିଃଶ୍ୱାସ ।
ଶରୀର ଉତ୍ତାପ ଯନ୍ତ୍ରଣାଧିକ
ତା’ ସାଥିରେ ମୁଣ୍ଡ ବିନ୍ଧେ ଅଧିକ ।।

ଏପରି ସୂଚନା ପୂର୍ବରୁ ଜାଣି
ଲେମ୍ବୁ ରସ ମିଶା ଉଷୁମ ପାଣି ।
ପିଉଥିଲେ ଆମେ ସଭିଏଁ ନିତି
କରୋନା ଯିବନି ଫୁସଫୁସ୍ କତି ।।

ଉପବାସ ଅବା ଖାଲି ପେଟରେ
କଥା ମାନି କେବେ ରୁହ ନାହିଁରେ ।
ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ରକୁ
ଦୂରରୁ ଜୁହାର କର ମନକୁ ।।

ଘଣ୍ଟେ ବସ ସୂର୍ଯ୍ୟ କିରଣେ ଯାଇ
ସକାଳେ ପିଅ ଚା’ ଲବଙ୍ଗ ଦେଇ ।
ନାକରେ ଲଗାଇ ସୋରିଷ ତେଲ
ଅଁଳା, କମଳା ଖାଇଲେ ଭଲ ।।

ଶାସ୍ତ୍ର କଥା ମାନି ରାତିରେ ଦହି
ଖାଅନାରେ ମୋର ଭଉଣୀ ଭାଇ ।
ହଳଦୀ ମିଶେଇ ପିଅ ଯେ କ୍ଷୀର
କରୋନା ହାରିବ ହୋଇଲେ ବୀର ।।

କର୍ପୂର ଲବଙ୍ଗ ଝୁଣା ଧୂପରେ
ଧୂଆଁ ଦିଅ ବାବୁ ସବୁ ସଞ୍ଜରେ ।
ଜିଣିବାକୁ ଜାଣ – ଜଣା ଭାଇରେ
କହେ ଜାଗରଣ ଅଭିଯାନରେ ।।

ଶ୍ରୀମତୀ ଛବିରାଣୀ ପତି
( ଜଗତସିଂହପୁର )

Share this :
Next Post

ସକଳ ତୁଛ ଲାଗଇ - ଭରତ ଚରଣ ବେହେରା

ନିଶ୍ବ ମୁଁ ଆଜି ବିଶ୍ବ ବ୍ରହ୍ମାଣ୍ଡରେ କେଉଁଠି ଅଛ ଗୋସାଇଁ ରିକ୍ତ ତୁମ ବିନା ତିକ୍ତ ଏ ଜୀବନ ତୁମ ପଥ ଚାହିଁ ଚାହିଁ।। ସକଳ ଘଟରେ ତୁମେ ବିଦ୍ୟମାନ ସର୍ବତ୍ର ତୁମେ ପୁରିତ ସର୍ବ ଦ୍ରଷ୍ଟା ତୁମେ କିମ୍ପା ମମ ପରେ ପଡେ ନାହିଁ ତବ ନେତ।। ମୁଦ୍ରିତ ନୟନେ ସ୍ମରି ତବ ନାମ ଅନ୍ତରେ ଭରି ଉଲ୍ଲାସ ତୁମ ନାମ ରସେ ହୁଏ ବିହ୍ଵଳିତ ଦିବ୍ୟ ପଥ […]

Subscribe US Now