ପରିବେଶ ସୁରକ୍ଷା – ସୁରେନ୍ଦ୍ର କୁମାର ବେହେରା

Views: 12
0 0
Read Time:2 Minute, 6 Second

ଘର ଚାରିପାଖ ସଦା ସଫାରଖ
ଲଗା ଚାରାଗଛ ଆଣି
ଖତ ଗୋବରକୁ ଗଛ ମୂଳେ ଦେଇ
ଦେଉଥିବ ନିତି ପାଣି ।1।

ଚାରାବଢି ଗଲେ ଗଛ ବଡ଼ ହେବ
ସ୍ଵଛ ହେବ ପରିବେଶ
ସୁସ୍ଥ ପରିବେଶ ଜୀବନ ସରସ
ନିର୍ମଳ ବାୟୁ ପ୍ରବେଶ ।2।

ନିରାମୟ ଆମ ଜୀବନ ଶଇଳି
ବଗିଚା ସବୁଜ ଦିଶେ
ନାନା ଜାତିଫୁଲେ ପରଜା ପତିଟି
ମନ ହରସରେ ବସେ ।3।

ଟିକି ଚଢ଼େଇଟି ଏଡାଳ ସେଡାଳ
ସକାଳରୁ ସଞ୍ଜ ଉଡେ
ଘଞ୍ଚ ଡାଳଦେଖି କାଠି କୁଟାନେଇ
ଟିକି ବସାଟିଏ ଗଢେ ।4।

ପରିବେଶ ଭଲ ସରସ ସୁନ୍ଦର
ଯାହା ଆମପାଇଁ ଲୋଡ଼ା
ଶୌଚପାଇଁ ପୁଣି ଘରେଘରେ ଅଛି
ଇଟା ସିମେଣ୍ଟରେ ଗଢ଼ା ।5।

ପରିବେଶ ଯତ୍ନ ନେଲେ ସବୁଦିନ
ନିରୋଗ ଆମେ ରହିବା
ନିରୋଗ ଜୀବନ ପ୍ରଫୁଲିତ ମନ
ଅଧିକ ଦିନ ଜୀଇଁବା ।6।

ସୁରେନ୍ଦ୍ର କୁମାର ବେହେରା ।
ଜିତିପୁର ,ହରିପୁର ହାଟ, ଯାଜପୁର ।
ମୋ ନଂ*୯୪୩୯୭୦୭୨୬୯।

Share this :
Next Post

DAWN TO DUSK! - Dr.Prasana Kumar Dalai

Like a dawn you entered my life Calm and quiet,all refreshing And I came adorned in the dust Of every lane and alley ; You came like an angel The panacea of my heartache I haven’t returned to my life again But for a wound open today Perhaps I have […]

Subscribe US Now