ସକଳ ତୁଛ ଲାଗଇ – ଭରତ ଚରଣ ବେହେରା

Views: 15
0 0
Read Time:2 Minute, 25 Second

ନିଶ୍ବ ମୁଁ ଆଜି ବିଶ୍ବ ବ୍ରହ୍ମାଣ୍ଡରେ
କେଉଁଠି ଅଛ ଗୋସାଇଁ
ରିକ୍ତ ତୁମ ବିନା ତିକ୍ତ ଏ ଜୀବନ
ତୁମ ପଥ ଚାହିଁ ଚାହିଁ।।

ସକଳ ଘଟରେ ତୁମେ ବିଦ୍ୟମାନ
ସର୍ବତ୍ର ତୁମେ ପୁରିତ
ସର୍ବ ଦ୍ରଷ୍ଟା ତୁମେ କିମ୍ପା ମମ ପରେ
ପଡେ ନାହିଁ ତବ ନେତ।।

ମୁଦ୍ରିତ ନୟନେ ସ୍ମରି ତବ ନାମ
ଅନ୍ତରେ ଭରି ଉଲ୍ଲାସ
ତୁମ ନାମ ରସେ ହୁଏ ବିହ୍ଵଳିତ
ଦିବ୍ୟ ପଥ ଭରି ଆଶ।।

ଭାବନାର ଧୂପ ଅନ୍ତରର ଦୀପ
ଭକ୍ତିର ନୈବିଦ୍ୟ ଘେନି
ନିତି ପୂଜେ ତୋତେ ଅନ୍ତର୍ଭାବନାରେ
ତବ ପ୍ରତି ଛବି ଆଣି।।

କଳୁଷିତ ମମ ମନର ଭାବନା
ପାର୍ଥିବ ଜଗତେ ଆଶା
କର୍ତ୍ତବ୍ୟରେ ନିତି ପେଷି ହୁଏ ଏଠି
ଦେଖାଅ ମୁକତି ଦିଶା।।

ମାୟା ସଂସାରର ମରୀଚିକା ପଥେ
ଧାଇଁ ବିତିଲା ଜୀବନ
ମୋର ମୋର କହି ଜଡେ ଲୋଭ ବହି
ପାଇଲି କେତେ କଷଣ।।

ତବ ପଥ ଚାହିଁ ବସିଛି ଅନାଇ
ଦିବ୍ୟତ୍ୱ ପରସ ପାଇଁ
ଦିଅ ମୋତେ ଦେଖା ନିଅ ତବ ପାଶେ
ସକଳ ତୁଛ ଲାଗଇ।।

ଭରତ ଚରଣ ବେହେରା
ଭୁବନେଶ୍ୱର

Share this :
Next Post

ପରିବେଶ ସୁରକ୍ଷା - ସୁରେନ୍ଦ୍ର କୁମାର ବେହେରା

ଘର ଚାରିପାଖ ସଦା ସଫାରଖ ଲଗା ଚାରାଗଛ ଆଣି ଖତ ଗୋବରକୁ ଗଛ ମୂଳେ ଦେଇ ଦେଉଥିବ ନିତି ପାଣି ।1। ଚାରାବଢି ଗଲେ ଗଛ ବଡ଼ ହେବ ସ୍ଵଛ ହେବ ପରିବେଶ ସୁସ୍ଥ ପରିବେଶ ଜୀବନ ସରସ ନିର୍ମଳ ବାୟୁ ପ୍ରବେଶ ।2। ନିରାମୟ ଆମ ଜୀବନ ଶଇଳି ବଗିଚା ସବୁଜ ଦିଶେ ନାନା ଜାତିଫୁଲେ ପରଜା ପତିଟି ମନ ହରସରେ ବସେ ।3। ଟିକି ଚଢ଼େଇଟି ଏଡାଳ […]

Subscribe US Now