କୁମ୍ଭାର ହୋଇ ମୁଁ ଗର୍ବିତ – ଶ୍ରୀକାନ୍ତ ବେହେରା

Views: 23
0 0
Read Time:1 Minute, 51 Second

ଶୁଭୁନାହିଁ ଆଉ ସ୍ୱର ଢାଉଁ ଢାଉଁ
କୁମ୍ଭାରର ଚକ ଶାଳେ
ଛିଣ୍ଡା ଲୁଙ୍ଗି ପିନ୍ଧି ପଗଡିକୁ ବାନ୍ଧି
ଦେହ ଭିଜୁଥିଲା ଝାଳେ |1

ଘର ପଛ ପଟେ କଣି ଜାଳ କେତେ
ଥୁଆ ହେଉଥିଲା ରହି
ତା ସଙ୍ଗେ ସଜା ଉଆ ଗୁମ୍ଫା ବଜା
କୁମ୍ଭାର ସେନେହ ମହି |2

ଠେକି ସରା ଦୀପ ଅଜା ବୁଢ଼ା ଗପ
ମନ ଖୁସି କରୁଥିଲା
ମାଠିଆ ସଙ୍ଗକୁ ଧରି ସେ ହାଣ୍ଡିକୁ
ଗାଆଁ ଗଣ୍ଡା ବିକୁଥିଲା |3

ପୁରୀର ଅବଢ଼ା ହେଉଅଛି ବଢ଼ା
ମାଟିର ପାତର ଗଲେ
ସୁନ୍ଦର ଲାଗଇ କାଳିଆକୁ ଦେଇ
ଲାଗିଛି କଳା ଗାଲେ |4

ତଥାପି କୁମ୍ଭାର ଏଇ ଜଗତର
ପ୍ରଥମ ପାତର ଗଢେ
ସାରା ଦୁନିଆରେ କହୁଅଛି ବାରେ
ମାଟିର ମମତା ବଢେ |5

ଶ୍ରୀକାନ୍ତ ବେହେରା
ଯାଜପୁର, ବରୀ ଅଲିପୁର
ଭବାନୀପୁର

Share this :
Next Post

ଜାଣ ଓ ଜିଣ - ଶ୍ରୀମତୀ ଛବିରାଣୀ ପତି

ଶୁଖିଲା ଗଳାକୁ ଶୁଖିଲା କାଶ ପ୍ରଖର ମାତ୍ରାରେ ଯଦି ନିଃଶ୍ୱାସ । ଶରୀର ଉତ୍ତାପ ଯନ୍ତ୍ରଣାଧିକ ତା’ ସାଥିରେ ମୁଣ୍ଡ ବିନ୍ଧେ ଅଧିକ ।। ଏପରି ସୂଚନା ପୂର୍ବରୁ ଜାଣି ଲେମ୍ବୁ ରସ ମିଶା ଉଷୁମ ପାଣି । ପିଉଥିଲେ ଆମେ ସଭିଏଁ ନିତି କରୋନା ଯିବନି ଫୁସଫୁସ୍ କତି ।। ଉପବାସ ଅବା ଖାଲି ପେଟରେ କଥା ମାନି କେବେ ରୁହ ନାହିଁରେ । ଶୀତ ତାପ ନିୟନ୍ତ୍ରଣ […]

Subscribe US Now