ମଝିଆ – ବାସନ୍ତୀ ଲତା ଜେନା

Views: 16
0 0
Read Time:3 Minute, 40 Second

ବାଲ୍ୟ ଯୌବନ ବୃଦ୍ଧ ଅବସ୍ଥା ଆସେ ଜୀବନ କାଳେ
ମଧ୍ୟମ ସ୍ଥାନ ଯୌବନ ନିଏ ବୃଦ୍ଧ ଅବସ୍ଥା ଭାଳେ l୧ l
ମାନବ ତନୁ ମୋଟା ପତଳା ମଧ୍ୟମା ପ୍ରିୟ ହୁଏ
ମଝି ଦଣ୍ଡଟି ସଫା ସୁତାରl
ମନ ଲୋଭାଉ ଥାଏ l୨l
ମଝି ଶବ୍ଦଟି କେଡେ ସୁନ୍ଦର ଲାଗଇ ମନ ଛୁଆଁ
ମଝି ମଝିକା ଘରଟି ଯାର ଚୋରକୁ ଡର କିଆଁ l୩l
ମଝି ସନ୍ତାନ ଅତି ଉତ୍ତମ ପୁରାଣେ ଅଛି ଲେଖା
ବଡ଼ ସାନଠୁ ଶ୍ରେଷ୍ଠ ସେ ହୁଏ ବିଦ୍ୟା ବୁଦ୍ଧିର ଚୋଖା l୪l
ତ୍ରିଦେବ ମଧ୍ୟେ ବିଷ୍ଣୁ ମହାନ ପାଳନ କର୍ତ୍ତା ପରା
ସାରା ସଂସାର ପାଳନ କାରୀ କରୁଣା ବାରୀ ଧାରା l୫l
ପଞ୍ଚୁ ପାଣ୍ଡଵ କୁନ୍ତୀଙ୍କ ପୁତ୍ର ଅର୍ଜୁନ ହେଲେ ଶ୍ରେଷ୍ଠ
ମହାଭାରତେ ଶ୍ରୀକୃଷ୍ଣ ଦେଲେ ଗୀତା ଜ୍ଞାନର ପାଠ l୬l
ଦଶରଥଙ୍କ ତୃତୀୟ ରାଣୀ କୈକେଇ ନାମ ଯାର
ଯୋଦ୍ଧା ସାହସୀ କର୍ମଠ ବୀରା ମାନ ବହୁତ ତାର l୭l
ରାମ ଚନ୍ଦ୍ରଙ୍କ ମଝିଆଁ ଭାଇ ଭରତ ଶ୍ରେଷ୍ଠ ସିଏ
ଭାତୃ ପ୍ରେମର ତ୍ୟାଗର ମୂର୍ତ୍ତି ଯୁଗ ଗାରିମା ଗାଏ l୮l
ପୃଥିବୀ ପୃଷ୍ଠେ ବିଷୁବ ରେଖା ମଧ୍ୟ ଭାଗରେ ଥାଏ
ଉପର ପଟେ କର୍କଟ କ୍ରାନ୍ତି ତଳେ ମକର ଥାଏ l୯l
ମଝି ଶବ୍ଦଟି ନ୍ୟୁନ ନୁହଇଁ ସ୍ୱତନ୍ତ ତାର ସ୍ଥାନ
ଗୀତ କାହାଣୀ ମଝି ଅଂଶଟି ନ ଥିଲେ ଲାଗେ ଶୂନ l୧୦l
ମଝିଆଁ ଯେତେ ଭଉଣୀ ଭାଇ ନ ମଣ କେବେ ସାନ
ତୁମର ମାନ ସବୁଠୁ ବେଶୀ ନ କର ଅଭିମାନ l୧୧l

ବାସନ୍ତୀ ଲତା ଜେନା
ଗାନ୍ଧୀନଗର, ପୋଷ୍ଟ / ଜିଲ୍ଲା : ନବରଙ୍ଗପୁର
8658655979

Share this :
Next Post

କୁମ୍ଭାର ହୋଇ ମୁଁ ଗର୍ବିତ - ଶ୍ରୀକାନ୍ତ ବେହେରା

ଶୁଭୁନାହିଁ ଆଉ ସ୍ୱର ଢାଉଁ ଢାଉଁ କୁମ୍ଭାରର ଚକ ଶାଳେ ଛିଣ୍ଡା ଲୁଙ୍ଗି ପିନ୍ଧି ପଗଡିକୁ ବାନ୍ଧି ଦେହ ଭିଜୁଥିଲା ଝାଳେ |1 ଘର ପଛ ପଟେ କଣି ଜାଳ କେତେ ଥୁଆ ହେଉଥିଲା ରହି ତା ସଙ୍ଗେ ସଜା ଉଆ ଗୁମ୍ଫା ବଜା କୁମ୍ଭାର ସେନେହ ମହି |2 ଠେକି ସରା ଦୀପ ଅଜା ବୁଢ଼ା ଗପ ମନ ଖୁସି କରୁଥିଲା ମାଠିଆ ସଙ୍ଗକୁ ଧରି ସେ ହାଣ୍ଡିକୁ […]

Subscribe US Now