ରୂପସୀ ନାୟିକା – ପରମାନନ୍ଦ ତ୍ରିପାଠୀ

Views: 15
0 0
Read Time:1 Minute, 56 Second

ମନ ଉପବନେ କୁସୁମିତ ଫୁଲ
ବିଧଉତ ଜ୍ୟୋତି ଧାର
ମଧୁ ସୁବାସରେ ତୁମ ପ୍ରେମ ପ୍ରୀତି
ସୁନିର୍ମଳ ଗଙ୍ଗା ନୀର
ଉଦିଆ ଚନ୍ଦ୍ରବଦନୀ
ଶ୍ରୀ ମୁଖ ଦର୍ଶନେ ଏ ଦଗ୍ଧ ପରାଣ
ହିମ ଖଣ୍ଡେ ଯେହ୍ନେ ବହ୍ନି ।୧।
ତୁମ ପ୍ରେମସ୍ରୋତେ ଭସାଇଲ ହେଳେ
ରୂପସୀ ନାୟିକା ହର୍ଷୀ
ନୀଳ ସିନ୍ଧୁ ବକ୍ଷେ ଉର୍ମିମାଳା ପରି
ନାଚୁଥିଲି ଅହର୍ନିଶୀ
ନଉଲି ବୟସ ତୋର
ବଂଶୀ କାଠି ପରି ଟାଣି ନେଇଥିଲା
ମନ ମୀନ ଗୋଟି ମୋର।୨।
ତୋ ଊରୁ ଉରଜ ଅଧର ପୀୟୂଷ
ନିତମ୍ବ ବାଙ୍କ ଚାହାଣୀ
ମୋ ମନ ମାନସେ ଜାଗି ନିରନ୍ତର
ଅନ୍ତର୍ଭେଦୀ ଅନ୍ତର୍ବାଣୀ
ଅବ୍ୟକ୍ତ ଅଭୀକ ତାପ
ନ ପାରଇ ସହି ହେଳେ ଶିରୀଷାଙ୍ଗ
ପଉଷେ ପଦୁଅ ରୂପ ।୩।

(ପରମାନନ୍ଦ ତ୍ରିପାଠୀ, ବିଦୁ, ବାହାନଗା, ବାଲେଶ୍ବର)।

Share this :
Next Post

କୃଷ୍ଣ କେଶବ - ଉପେନ୍ଦ୍ର କୁମାର ବସ୍ତିଆ

କୃଷ୍ଣ କେଶବ ହେ ଗୁହାରି ସୁଣିବାହେଉ ଅନାଥ ହୋଇ ମୁଁ ଭାସି ଯାଉଅଛି ତୁମ ପରି ନାଥ ଥାଉଁ ଥାଉଁ କୃଷ୍ଣ କେଶବ ହେ •••। ସଂସାର କଷଣ ପାରୁନାହିଁ ସହି କୁରୁମ୍ ହେଲାଣି ଦୁଃଖ ସହି ସହି କେତେ ମୁଁ ସହିବି କାହାଗେ କହିବି ଦୁନିଆ ଯାକର ଏତେ ଦାଉ କୃଷ୍ଣ କେଶବ ହେ •••। ବଡଲୋକ ବୋଲି କରିଛି ଆସରା ବଡ ହିନୀମାନ ମୋ ଦୁଃଖ ପସରା […]

Subscribe US Now