ମକର ସଂକ୍ରାନ୍ତି – ଶେଖ ମୋଜାହିଦ ମହତାବ

Views: 24
0 0
Read Time:1 Minute, 34 Second

ନୂଆ ବରଷର ପ୍ରଥମ ପରବ
ମକର ଆସିଛି ଧରରେ,
ଗାଁ ଜନପଦେ ଆନନ୍ଦ ଉଲ୍ଲାସ
ବର୍ଣ୍ଣିତ ହୁଏନି ଭାଷାରେ l

ଉତରାୟଣ କୁ ସୁରୁଜ ଢଳିବେ
ଦିନଅବଧି ଯିବ ବଦଳି,
ମନ୍ଦ ମନ୍ଦ କରି ମଳୟ ପବନ
ମନକୁ ମତୁଆଲା କଲାଣି l

ନୂଆ ଅରୁଆ ଚାଉଳ, ରାଶି,
କ୍ଷୀର,ମହୁ,ଗୁଡ଼,କଦଳୀ ଓ
ଫଳର ଫେଣ୍ଟା ଫେଣ୍ଟି ମହକ l

ଉତୁରି ପଡୁଥିବା ଆତ୍ମୀୟତାରେ
ବନ୍ଧୁବର୍ଗ, ସଖା ସହୋଦର,
ପରିବାରରେ ଆଣିଛି ଖୁସି ଏ
ମକର ପର୍ବ l

କରୋନା ଦେଇଛି ଯେତିକି କଷଣ
ମନୁ ପାସୋରି ଦେବା, ଆଜିକା
ଦିନରେ ମକର ବସି ମକର ସଂକ୍ରାନ୍ତିର
ମଜା ନବା l

ଶେଖ ମୋଜାହିଦ ମହତାବ
ଯାଜପୁର ଟାଉନ, ଯାଜପୁର
(ସାଉଦି ଆରବିଆ )

Share this :
Next Post

ସବୁ ବନେ ବନେ କାଁ - ଆଶୁତୋଷ ଠାକୁର

  ଜତ୍ ପଢ଼ା ତତ୍ ବେଡା କଥା ସୁନା ଏଭର୍ ଜୁଆନ୍ ପିଢି ମାଁ,ବୁଆର ଆକଟେ ଆର ନାଁଇ ନ ଆର ପାହେଁ ଗଲେ ବଢ଼ି !! ପାଠ ପଢା ଲାଗି ଖଞ୍ଜି ବିଞ୍ଜି କରି ନିଜେ ରହେଲେ ଭୁକେ ଭଟେ ପଢୁଛେ ଆମର ଛୁଆ ବଲି କହି ବସଲେ ଡ଼ାଣେ ଭଟେ !! ପହିଲ ବଝର ବନେ ହେଇ ପଟଲା ଦୁସରା ବଛରେ ଖାଁଟ୍ ପାଠ କେ ଛାଡ଼ି […]

Subscribe US Now