ଯିବି ନାହିଁ ପ୍ରେମ ଦୁନିଆ – ଜଗମୋହନ ପ୍ରଧାନ

Views: 5
1 0
Read Time:2 Minute, 4 Second

ଯିବି ନାହିଁ କେବେ ପ୍ରେମର ଦୁନିଆ
ସେ ଦୁନିଆରେ ଛଳନା ଥିବ
ପ୍ରେମର ମୁଖା ପିନ୍ଧି ଛଳନା ନିତି
ଏ ହୃଦୟ ସହିତ ଖେଳିବ ।
ସେ ସ୍ଵାର୍ଥର ସମ୍ପର୍କ ଯୋଡ଼ିବ।।

ପ୍ରେମ ପ୍ରେମ କହି ହୃଦୟେ ବସିବ
ନିତି ନୂଆ ସ୍ବପ୍ନ ଦେଖେଇବ
ଛଳନାର ଚକ୍ରବ୍ୟୁହ ସେ ରଚିବ
ସେ ଚକ୍ରେ ଏ ହୃଦୟ ଫସିବ।
ପ୍ରେମ ମୁଖା ପିନ୍ଧି ସେ ହସିବ।।

ସମୟ ଆସିଲେ ସେ ମୁଖା ଖୋଲିବ
ତା ଛଳନା ନିଆଁରେ ଜାଳିବ
ସେ ନିଆଁରେ ମୋ ହୃଦୟ ଜଳୁ ଥିବ
ଲହୁ ଧାର ଧାର ବୋହୁଥିବ।
ଲହୁ ଧାରେ ପ୍ରେମ ଭାସୁଥିବ।।

ସେ ମୋ ହୃଦୟକୁ ଦେଖି ହସୁ ଥିବ
ପ୍ରେମ ମୁଖା ପିନ୍ଧି ବସିଥିବ
ଯିବି ନାହିଁ କେବେ ପ୍ରେମର ଦୁନିଆ
ସେ ଦୁନିଆରେ ଛଳନା ଥିବ।
ପ୍ରେମ ମୁଖା ପିନ୍ଧି ବସିଥିବ ।।

ଜଗମୋହନ ପ୍ରଧାନ,ଶକୁନ୍ତଳାପୁର, ଯାଜପୁର

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

ଶରତ ଶାୟରୀ - ଯଜ୍ଞେଶ୍ବର ପଣ୍ଡା

ଭରା ଭାଦ୍ରବରେ ଅୟି ଅର୍ଘ୍ୟ ଥାଳି ପ୍ରିୟ ଶାରଦୀୟ ଦାନ ସବୁଜ ସାବଜା ସାଜିଅଛି ଉର୍ବୀ ଦରଶନେ ଭାଗ୍ୟବାନ।୧। କୁସୁମ ବିକଚେ ସୁଷମା ସେ ରଚେ ମଧୁଜାକୁ ଦିଏ ଶିରୀ କଇରବ ମନ ଉତ୍ତାଳ ଉତ୍ତାନ ନୀଳ ନୀରେ ଶେଯ ପାରି।୨। ଗୋଧୂଳି ଗୋପନେ ବିଧୂ ଉଦୟନେ ଉଭା ସତେ ପଲ୍ଲୀ ବଧୂ ଶୁଭ୍ର କେତକୀ କାଶତଣ୍ଡୀ ମାଖି ସୁନା ସଂଜେ ସତେ ମଧୁ।୩। ଶରତ ସିତାଂଶୁ କୌମୁଦୀ ଅଂଶୁ […]

Subscribe US Now