ଶରତ ଶାୟରୀ – ଯଜ୍ଞେଶ୍ବର ପଣ୍ଡା

Views: 4
0 0
Read Time:2 Minute, 8 Second

ଭରା ଭାଦ୍ରବରେ ଅୟି ଅର୍ଘ୍ୟ ଥାଳି
ପ୍ରିୟ ଶାରଦୀୟ ଦାନ
ସବୁଜ ସାବଜା ସାଜିଅଛି ଉର୍ବୀ
ଦରଶନେ ଭାଗ୍ୟବାନ।୧।
କୁସୁମ ବିକଚେ ସୁଷମା ସେ ରଚେ
ମଧୁଜାକୁ ଦିଏ ଶିରୀ
କଇରବ ମନ ଉତ୍ତାଳ ଉତ୍ତାନ
ନୀଳ ନୀରେ ଶେଯ ପାରି।୨।
ଗୋଧୂଳି ଗୋପନେ ବିଧୂ ଉଦୟନେ
ଉଭା ସତେ ପଲ୍ଲୀ ବଧୂ
ଶୁଭ୍ର କେତକୀ କାଶତଣ୍ଡୀ ମାଖି
ସୁନା ସଂଜେ ସତେ ମଧୁ।୩।
ଶରତ ସିତାଂଶୁ କୌମୁଦୀ ଅଂଶୁ
ସୁନ୍ଦରେ ସିକ୍ତ ଧରା
ଜଗିଛି ଜ୍ୟୋତ୍ସ୍ନା କୁମୁଦ ଅଧରେ
ଜହ୍ନ ଅବା କଇଁ ଅରା।୪।
ବାରିଜାକ୍ଷି କେବେ ବିସ୍ମରି ନ ଦେଉ
ଶୁଭ୍ର ଶରତ ରାତି
ନୀଳ କଇଁ ଯେତେ ନୀଳ ମରଣର
ଭଉଁରୀ ନ ହେଉ ସାଥୀ।୫।
ମଂଜୁଆତି ମଖା ହଳଦୀ ଦି ହାତେ
ଅରପି ଦିଏ କେ ଗୀତ
ଶାବରୀ ସରିତେ ଚୋରା ଚନ୍ଦ୍ର ଛାଇ
ଲାଗୁଥାଉ ସଦା ସତ।୬।

 

ଯଜ୍ଞେଶ୍ବର ପଣ୍ଡା
ଜୟପୁର, କୋରାପୁଟ
ଭ୍ରା. ଭା ନଂ-୯୪୩୭୯୪୪୪୨୩

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

ତୁମେ-୩ - ଯଜ୍ଞେଶ୍ବର ପଣ୍ଡା

ସୂରୁଜଠୁ ତେଜ ତୁମେ ଚାନ୍ଦଠୁ ଶୀତଳ ଯାମିନୀଠୁ ଗାଢ଼ ତୁମେ ଫୁଲଠୁ କୋମଳ।୧। କଥା ତୁମ ମଧୁଝରା ପୀରତି ମଦିରା ସ୍ପର୍ଶ ତୁମ ମତୁଆଲା ମାଦକତା ଭରା।୨। ମନ ବଗିଚାର ତୁମେ ସଜଫୁଟା ଫୁଲ ବିରହ ବେଦନା ନିତ୍ୟ କରେ କଲବଲ।୩। ପ୍ରତି କବିତାରେ ତୁମେ ଅଟ ମୋ ଭାବନା ପ୍ରତି ସଙ୍ଗୀତରେ ତୁମେ ମଧୁର ମୂର୍ଚ୍ଛନା।୪। ବସନ୍ତ ଆଗମେ ତୁମେ ମୃଦୁଳ ଅନିଳ ତୁମପାଇଁ ନୂଆ ଲାଗେ ପ୍ରତିଟି […]

Subscribe US Now