ତୁମେ-୩ – ଯଜ୍ଞେଶ୍ବର ପଣ୍ଡା

Views: 17
0 0
Read Time:1 Minute, 15 Second

ସୂରୁଜଠୁ ତେଜ ତୁମେ ଚାନ୍ଦଠୁ ଶୀତଳ
ଯାମିନୀଠୁ ଗାଢ଼ ତୁମେ ଫୁଲଠୁ କୋମଳ।୧।
କଥା ତୁମ ମଧୁଝରା ପୀରତି ମଦିରା
ସ୍ପର୍ଶ ତୁମ ମତୁଆଲା ମାଦକତା ଭରା।୨।

ମନ ବଗିଚାର ତୁମେ ସଜଫୁଟା ଫୁଲ
ବିରହ ବେଦନା ନିତ୍ୟ କରେ କଲବଲ।୩।
ପ୍ରତି କବିତାରେ ତୁମେ ଅଟ ମୋ ଭାବନା
ପ୍ରତି ସଙ୍ଗୀତରେ ତୁମେ ମଧୁର ମୂର୍ଚ୍ଛନା।୪।
ବସନ୍ତ ଆଗମେ ତୁମେ ମୃଦୁଳ ଅନିଳ
ତୁମପାଇଁ ନୂଆ ଲାଗେ ପ୍ରତିଟି ସକାଳ।୫।

ଯଜ୍ଞେଶ୍ବର ପଣ୍ଡା,ଜୟପୁର(କୋରାପୁଟ)

Share this :
Next Post

DESERT OF SOLITUDE! - Dr.Prasana Kumar Dalai

  My painful memories with love Used this as an excuse to tag in and unearth Two hearts have again started blooming Started to take a deep breath In the presence of two souls The heart built a beautiful castle You whispered a word Many controversies popped up After separation […]

Subscribe US Now