ପ୍ରେମ ପରିମିତି – ନୀଳାମ୍ବର ମହାନନ୍ଦ

Views: 25
5 0
Read Time:1 Minute, 55 Second

ପ୍ରେମ ପରିମିତି
ଏକ ଅଭେଦ୍ୟ ଜ୍ୟାମିତି
କେବେ ସେ ବୃତ୍ତର ଆକୃତି
ପୁଣି କେବେ ତ୍ରିକୋଣମିତି
ବୁଝି ହୁଏ ନାହିଁ ପ୍ରେମ ପରିଭାଷା
ପ୍ରେମ ଏକ ଅଭେଦ୍ୟ ଜ୍ୟାମିତି …..!!

ପ୍ରେମ ମଧୁ ପ୍ରତି
ଏକ ସାହିତ୍ୟ ସଂସ୍କୃତି
କେବେ ସେ କବିର କବିତା
ପୁଣି କେବେ ଗାଳ୍ପିକ ଗଳ୍ପଟି
ବୁଝି ହୁଏ ନାହିଁ ସଂଜ୍ଞା କି ସ୍ୱରୂପ
ପ୍ରେମ ଏକ ସାହିତ୍ୟ ସଂସ୍କୃତି …..!!

ପ୍ରେମ ଚିର ସ୍ମୁତି
ଏକ ଇତିହାସ ର ସାକ୍ଷୀ
କେବେ ସେ ଅତୀତ ସୃଜନୀ
ପୁଣି କେବେ ବର୍ତ୍ତମାନ କାହାଣୀ
ବୁଝି ହୁଏ ନାହିଁ ଖ୍ରୀଷ୍ଟାବ୍ଦ , ଶତାବ୍ଦୀ
ପ୍ରେମ ଏକ ଇତିହାସ ର ସାକ୍ଷୀ …..!!

ନୀଳାମ୍ବର ମହାନନ୍ଦ
ଆମ୍ବଗୁଡା ଗୋଲାମୁଣ୍ଡା କଳାହାଣ୍ଡି
ମୋ – ୯୩୪୪୨୦୪୫୦୯

Share this :
Next Post

ସକାଳ ସଞ୍ଜରେ ତୁମକୁ ଡାକିବି - ବିନୋଦିନୀ ଦାଶ

ସକାଳ ସଞ୍ଜରେ ତୁମକୁ ଡାକିବି ହେ ପ୍ରଭୁ ପରମେଶ୍ବର ମୋହମାୟା ଘେରା ଏ ଭବ ସାଗରୁ ହୋଇଯିବା ପାଇଁ ପାର ନରଖି ଭବ ବିକାର ଚିନ୍ତା ଚୈତନ୍ୟରେ ନାମ ରୂପ କଳ୍ପି ଖୋଜୁଥିବ ମୋ ଅନ୍ତର । ଉଦୟଭାନୁର ସୁନେଲି କିରଣ ସଞ୍ଜର ରକ୍ତିମ ଆଭା ତୁମେ ବି ଦିବସ ଉଜ୍ଜ୍ବଳ ତପନ ଯେତେ ଜାଗତିକ ଶୋଭା ସବୁଥିରେ ପରିବ୍ୟାପ୍ତ ଭୂମଣ୍ଡଳଠାରୁ ଅନ୍ତରୀକ୍ଷ ଯାଏ କୋଟି ବ୍ରହ୍ମାଣ୍ଡ ନିର୍ଲିପ୍ତ । […]

Subscribe US Now