ବାପାଙ୍କ ହୃଦୟ – ଜଗମୋହନ ପ୍ରଧାନ

Views: 17
0 0
Read Time:1 Minute, 52 Second

 

କେମିତି କୁହ ହେ ଲେଖିବି ମୁଁ ଆଜି
ତାଙ୍କ ହୃଦୟର କଥା
ତାଙ୍କ କଥା ଭାବି ତାଙ୍କ ପାଦ ତଳେ
ନଇଁ ଯାଉଥାଏ ମଥା ।।

ପରିବାର ପାଇଁ ପ୍ରତି ମୁହୂର୍ତ୍ତ ରେ
କରିଥିବା ସଂଘର୍ଷକୁ
ନା କର୍ତ୍ତବ୍ୟର ବୋଝ କାନ୍ଧେବୋହି ସେ
ଚାଲିଥିଲି ମୁହୂର୍ତ୍ତକୁ ।।

ଗ୍ରୀଷ୍ମର ତତଲା ଖରାର ଝାଞ୍ଜିରେ
ଫୁଙ୍ଗୁଳା ଦେହର ବ୍ୟଥା
ନା ଲେଖିବି କ୍ଷତରେ ମୁଣ୍ଡର ଝାଳେ
ଭିଜୁ ଥିବା ଆଖି ପତା ।।

ଶୀତ କାକରରେ ବର୍ଷାର ଝଡ଼ିରେ
ସହିଥିବା ସେ କଷ୍ଟକୁ
ଲୁହ ପିଇ ଯାଇ ବିପଦ ଆଡେ଼ଇ
ଦେଇ ଥିବା ସେ ସୁଖକୁ ।।

କେମିତି ଆଙ୍କିବି ହୃଦୟ ତାଙ୍କର
କିଛି ଶବ୍ଦଙ୍କ ମଝିରେ
କହି ଦିଅ ମୋତେ କବିଗଣ ତୁମେ
ତୁମ ଶବ୍ଦର ଯାଦୁରେ ।।

ଜଗମୋହନ ପ୍ରଧାନ, ଯାଜପୁର

Share this :
Next Post

GODS WILL! - Dr.Prasana Kumar Dalai

  Too much hue and cry over my love I haven’t commited any crime Neither adultery nor stealing I intend to live life heartily The mighty sun gets dark patches On the rumours against me How can I appreciate colour of love Ask any one if ever I had it […]

Subscribe US Now