କାଳିଆ ସାଆନ୍ତ ହୋ – ପୀତାମ୍ବର ମାଝୀ

Views: 22
0 0
Read Time:4 Minute, 7 Second

କାଳିଆ ସାଆନ୍ତ ହୋ…
କୋଉଠି ଅଛ ତୁମେ କୋଉଠି ଅଛ
ପ୍ରଭୁ ଲକ୍ଷ୍ମୀକାନ୍ତ ହୋ..
କୋଉଠି ଅଛ ତୁମେ କୋଉଠି ଅଛ
କେତେ ପାପୀ,ତପି ତୁମ ନାମ ଗାଇ
ତରି ଯାଇଛନ୍ତି ହେ କଳା ଗୋସାଇଁ
ତୁମେ ହିଁ ଦୟା କରୁଛ…
କାଳିଆ ସାଆନ୍ତ ହୋ…
କୋଉଠି ଅଛ ତୁମେ କୋଉଠି ଅଛ…

ଖୋଜି ଖୋଜି ମୁଁ ତ ନୟାନ୍ତ ହେଲିଣ
ତଥାପି ତୁମର ଦେଖା ପାଉ ନାହିଁ
ଚାଲିଚାଲି ପାଦ ଥକି ପଡ଼ିଲାଣି
ଭାବ ନ ବୁଝୁଛ ପ୍ରଭୁ ଭାବଗ୍ରାହୀ
ଖୋଜି ଖୋଜି ମୁଁ ତ ନୟାନ୍ତ ହେଲିଣ
ତଥାପି ତୁମର ଦେଖା ପାଉ ନାହିଁ
ଚାଲିଚାଲି ପାଦ ଥକି ପଡ଼ିଲାଣି
ଭାବ ନ ବୁଝୁଛ ପ୍ରଭୁ ଭାବଗ୍ରାହୀ
ଦୁଃଖେ ଦିନ ମୋର ଯାଉଅଛି ପାହି
ସୁଖ ମୋ ଭାଗ୍ଯରେ ଟିକେ ବି ତ ନାହିଁ
ତୁମେ ହିଁ ଲୀଳା କରୁଛ…
କାଳିଆ ସାଆନ୍ତ ହୋ…
କୋଉଠି ଅଛ ତୁମେ କୋଉଠି ଅଛ…

ନ ପାଇବି ଯଦି ତୁମ ଭେଟ ମୁହିଁ
ତୁମଠୁ ବିଶ୍ୱାସ ନିଶ୍ଚେ ଦେବି କାଟି
ଜାଣି ଜାଣି କେତେ ମାୟା କରୁଅଛ
ତୁମରି ନାମକୁ ଗାଉଛି ଏ ପାଟି
ନ ପାଇବି ଯଦି ତୁମ ଭେଟ ମୁହିଁ
ତୁମଠୁ ବିଶ୍ୱାସ ନିଶ୍ଚେ ଦେବି କାଟି
ଜାଣି ଜାଣି କେତେ ମାୟା କରୁଅଛ
ତୁମରି ନାମକୁ ଗାଉଛି ଏ ପାଟି
ଦିଅ ଦରଶନ ହେ ଜଗମୋହନ
ତୁମ ଛଡ଼ା ନାହିଁ କାହାଠାରେ ମନ
କାଇଁ ନିଷ୍ଠୁର ହେଉଛ…
କାଳିଆ ସାଆନ୍ତ ହୋ…
କୋଉଠି ଅଛ ତୁମେ କୋଉଠି ଅଛ
ପ୍ରଭୁ ଲକ୍ଷ୍ମୀକାନ୍ତ ହୋ..
କୋଉଠି ଅଛ ତୁମେ କୋଉଠି ଅଛ
କେତେ ପାପୀ,ତପି ତୁମ ନାମ ଗାଇ
ତରି ଯାଇଛନ୍ତି ହେ କଳା ଗୋସାଇଁ
ତୁମେ ହିଁ ଦୟା କରୁଛ…
କାଳିଆ ସାଆନ୍ତ ହୋ…
କୋଉଠି ଅଛ ତୁମେ କୋଉଠି ଅଛ…
କୋଉଠି ଅଛ ତୁମେ କୋଉଠି ଅଛ… – (୨ ଥର)

ପୀତାମ୍ବର ମାଝୀ, ଭରୁଆମୁଣ୍ଡା
କୋମନା, ନୂଆପଡ଼ା
ମୋ – ୭୨୦୫୫୫୩୬୭୩

Share this :
Next Post

ବାପାଙ୍କ ହୃଦୟ - ଜଗମୋହନ ପ୍ରଧାନ

  କେମିତି କୁହ ହେ ଲେଖିବି ମୁଁ ଆଜି ତାଙ୍କ ହୃଦୟର କଥା ତାଙ୍କ କଥା ଭାବି ତାଙ୍କ ପାଦ ତଳେ ନଇଁ ଯାଉଥାଏ ମଥା ।। ପରିବାର ପାଇଁ ପ୍ରତି ମୁହୂର୍ତ୍ତ ରେ କରିଥିବା ସଂଘର୍ଷକୁ ନା କର୍ତ୍ତବ୍ୟର ବୋଝ କାନ୍ଧେବୋହି ସେ ଚାଲିଥିଲି ମୁହୂର୍ତ୍ତକୁ ।। ଗ୍ରୀଷ୍ମର ତତଲା ଖରାର ଝାଞ୍ଜିରେ ଫୁଙ୍ଗୁଳା ଦେହର ବ୍ୟଥା ନା ଲେଖିବି କ୍ଷତରେ ମୁଣ୍ଡର ଝାଳେ ଭିଜୁ ଥିବା ଆଖି […]

Subscribe US Now