ଲାଞ୍ଚ – ଶ୍ରୀରାମ ସାହୁ।

Views: 20
0 0
Read Time:1 Minute, 53 Second

ବିଚିତ୍ର ରହସ୍ୟମୟ ଦୁନିଆଁରେ
କିଏବା ଅଟେ ନିଜର।
କରିବା ପାଇଁକି ମନସ୍ତ କରିଲେ
ଲାଗୁଥାଏ ଭାରିଡର….।୦।
ଖୋଷାମତି କାରବାର ଆଉନାହିଁ
ନାଅଛି ନୀତି ଆଦର୍ଶ।
କାହାକୁ କହିବ ବୋଲକେ ମାନିଵ
ମନ ହୁଅଇ ବିମର୍ଷ।
କି ପୁତ୍ରକନ୍ୟା ବନ୍ଧୁ ସହୋଦର
ଗୋଟେ ଗାଈର ଗୋବର…..।୧।
ଦେବାନେବା ଭାବ ଯିଏ ଜାଣିଅଛି
ନିର୍ଦ୍ୱନ୍ଦେ ମିଳେ ସଫଳ।
ଜ୍ଞାନ ବୁଦ୍ଧିବିଦ୍ୟା ଫସର ଫାଟଇ
ସବୁଠି ହୁଏ ବିଫଳ।
ହାତଗୁଞ୍ଜା ଯଦି ଅଭାବ ହୁଅଇ
କଥା ରହେନା କାହାର……।୨।
ଛଅ ନଅ ପନ୍ଦର ଦିନରେ ଶେଷ
ହୋଇଥାଏ ଜାଣିରଖ।
ଯେତେ ଅରଜିଲେ ନିଅଣ୍ଟ ପଡ଼ଇ
ପଶ୍ଚାନ୍ତେ ମିଳଇ ଦୁଃଖ।
ପରିଶ୍ରମ କରି କଲେ ରୋଜଗାର
ମିଳଇ ତାକୁ ଆଦର…….।୩।

      ଶ୍ରୀରାମ ସାହୁ
        ଫୁଲବାଣୀ।କନ୍ଧମାଳ।

Share this :
Next Post

କାଳିଆ ସାଆନ୍ତ ହୋ - ପୀତାମ୍ବର ମାଝୀ

କାଳିଆ ସାଆନ୍ତ ହୋ… କୋଉଠି ଅଛ ତୁମେ କୋଉଠି ଅଛ ପ୍ରଭୁ ଲକ୍ଷ୍ମୀକାନ୍ତ ହୋ.. କୋଉଠି ଅଛ ତୁମେ କୋଉଠି ଅଛ କେତେ ପାପୀ,ତପି ତୁମ ନାମ ଗାଇ ତରି ଯାଇଛନ୍ତି ହେ କଳା ଗୋସାଇଁ ତୁମେ ହିଁ ଦୟା କରୁଛ… କାଳିଆ ସାଆନ୍ତ ହୋ… କୋଉଠି ଅଛ ତୁମେ କୋଉଠି ଅଛ… ଖୋଜି ଖୋଜି ମୁଁ ତ ନୟାନ୍ତ ହେଲିଣ ତଥାପି ତୁମର ଦେଖା ପାଉ ନାହିଁ ଚାଲିଚାଲି […]

Subscribe US Now