ମୋ ଗାଆଁର ସ୍ମୃତି – ସରୋଜ କୁମାର ସାହୁ

Views: 28
0 0
Read Time:1 Minute, 46 Second

ଧାଡିକି ଧାଡି ଚାଳ ଛପର
ରହିଛି ଗାଆଁ ଜଗି
କଂକ୍ରିଟ୍ ପିଚୁ ଗୋଡିଆ ରାସ୍ତା
କଡକୁ ତାର ଲାଗି ।
ରଙ୍ଗ ବେରଙ୍ଗୀ ଫୁଲ ଛାଉଣୀ
ଗାଆଁକୁ ରଖେ ବାନ୍ଧି
ଟଗର ଚମ୍ପା ଜୁଇ ମନ୍ଦାର
ବାସଇ ଶାଢୀ ପିନ୍ଧି।
ମନ୍ଦିର ବେଢା ବାସେ ଚନ୍ଦନ
ଚାଲିଲେ ତାର ପାଶେ
ଭକତି ଭାବେ ଡାକିଲେ ଥରେ
ଦୂରରୁ ବାନା ଦିଶେ ।
ବର ଗଛର ଡାଳରୁ ଡାଳେ
ଉଡି ବୁଲଇ ପକ୍ଷୀ
ଗାଆଁଟା ସାରା କଳି ଝଗଡା
ରହିଛି ହୋଇ ସାକ୍ଷୀ ।
ଗହୀର ପାଖ ନଈକୁ ଲାଗି
ହସଇ ଧାନ କ୍ଷେତ
ଜାତି ଜାତିକା ଫସଲ ଡାଲି
ଅମଳ ଦିଏ ଶୀତ ।
ଗାଆଁ ମାଇପି କୂଅ ପାଖରେ
ଶୁଭେ ପଡିଶା କଥା
ଟାହିଟାପରା କରନ୍ତି ଯାହା
ଶୁଣିଲେ ଘୂରେ ମଥା ।

ସରୋଜ କୁମାର ସାହୁ
ଆଠଗଡ଼ .କଟକ
୯୩୪୮୫୭୫୨୨୪

Share this :
Next Post

ଲାଞ୍ଚ - ଶ୍ରୀରାମ ସାହୁ।

ବିଚିତ୍ର ରହସ୍ୟମୟ ଦୁନିଆଁରେ କିଏବା ଅଟେ ନିଜର। କରିବା ପାଇଁକି ମନସ୍ତ କରିଲେ ଲାଗୁଥାଏ ଭାରିଡର….।୦। ଖୋଷାମତି କାରବାର ଆଉନାହିଁ ନାଅଛି ନୀତି ଆଦର୍ଶ। କାହାକୁ କହିବ ବୋଲକେ ମାନିଵ ମନ ହୁଅଇ ବିମର୍ଷ। କି ପୁତ୍ରକନ୍ୟା ବନ୍ଧୁ ସହୋଦର ଗୋଟେ ଗାଈର ଗୋବର…..।୧। ଦେବାନେବା ଭାବ ଯିଏ ଜାଣିଅଛି ନିର୍ଦ୍ୱନ୍ଦେ ମିଳେ ସଫଳ। ଜ୍ଞାନ ବୁଦ୍ଧିବିଦ୍ୟା ଫସର ଫାଟଇ ସବୁଠି ହୁଏ ବିଫଳ। ହାତଗୁଞ୍ଜା ଯଦି ଅଭାବ ହୁଅଇ […]

Subscribe US Now