Read Time:1 Minute, 50 Second
ହୃଦୟ ମନ୍ଦିରେ ତୁମ ପଞ୍ଚଜନ୍ୟ
ନିୟତ ମନ୍ଦ୍ରିତ ହେଉ
ଆଶା ବାରିଧି ରେ ପ୍ରେମ ର କଲ୍ଲୋଳ
ଆନନ୍ଦ ରେ ନାଚୁ ଥାଉ ।
ହୃଦୟ ମନ୍ଦିରେ——–।0।
ତୁମ ନାମାମୃତ ଜୀବନ ରେ ହେଉ
ମୋ ପାଇଁ ମୋକ୍ଷ ର ଦ୍ୱାର
ତୁମରି ଭଜନ କଣ୍ଠେ ମୋର ତୋଳୁ
ଅମୃତ ବୀଣା ର ସ୍ୱର
ତୁମରି ଅଦୃଶ୍ୟ ହାତ ମୋ ମଥାରେ
ଆଶୀଷ ଝରାଉ ଥାଉ ।
ହୃଦୟ ମନ୍ଦିରେ———-।୧।
ତୁମ ପାଦ ତଳେ ପୂଜା ଫୁଲ ଟିଏ
ହୋଇ ତୋଷୁଥିବି ମନ
ସମ୍ପଦ ଦୋଳା ରେ ବସିବା ଚାହେଁ ନା
ବଢିଯିବ ଅଭିମାନ
ଆହେ ପ୍ରେମ ମୟ ତୁମ ପ୍ରେମେ ନାଚି
ବାକି ଦିନ କାଟି ଯାଉ ।
ହୃଦୟ ମନ୍ଦିରେ———-।୨।
ପ୍ରତାପ କିଶୋର ରାଉତ
ତେନ୍ତୁଳିପଦୀ , ହାଟଡ଼ିହି , କେନ୍ଦୁଝର
ମୋ–8327725033
Readers Interaction