Read Time:1 Minute, 54 Second
ସକାଳ ସଞ୍ଜରେ ତୁମକୁ ଡାକିବି
ହେ ପ୍ରଭୁ ପରମେଶ୍ବର
ମୋହମାୟା ଘେରା ଏ ଭବ ସାଗରୁ
ହୋଇଯିବା ପାଇଁ ପାର
ନରଖି ଭବ ବିକାର
ଚିନ୍ତା ଚୈତନ୍ୟରେ ନାମ ରୂପ କଳ୍ପି
ଖୋଜୁଥିବ ମୋ ଅନ୍ତର ।
ଉଦୟଭାନୁର ସୁନେଲି କିରଣ
ସଞ୍ଜର ରକ୍ତିମ ଆଭା
ତୁମେ ବି ଦିବସ ଉଜ୍ଜ୍ବଳ ତପନ
ଯେତେ ଜାଗତିକ ଶୋଭା
ସବୁଥିରେ ପରିବ୍ୟାପ୍ତ
ଭୂମଣ୍ଡଳଠାରୁ ଅନ୍ତରୀକ୍ଷ ଯାଏ
କୋଟି ବ୍ରହ୍ମାଣ୍ଡ ନିର୍ଲିପ୍ତ ।
ଏ ମାନବ ଦେହ ଭୋଗ କରିବାକୁ
ଯେତେ ମୁଁ କରିଲି କର୍ମ
ସେଥିରୁ କେତେ ମୁଁ ପଥକୁ ସଞ୍ଚିଛି
ପଚାରିନି ଭାବି ଧର୍ମ
ଏ ମନ ବାବନାଭୂତ
କେତେବେଳେ ଯାଇ କେଉଁଠି ପହଞ୍ଚେ
ନାହିଁ ଜ୍ଞାନ ହିତାହିତ ।
ବିନୋଦିନୀ ଦାଶ
କୁରୁଆଁ, ମୁଗପାଳ, ଯାଜପୁର
Readers Interaction