ଈଶ୍ବର ସର୍ଜନା ଅଟଇ ବିଚିତ୍ର
କେହି ତା ପାରେନା କଳି
ଆନନ୍ଦ ବିଷାଦ ଦୁଇ ବନ୍ଧୁ ପରି
ଆବେଗରେ କୋଳାକୋଳି।
ଅନ୍ବେଷଣ କଲେ ଆନନ୍ଦକୁ କେହି
ସବୁଠି ମିଳଇ ସଦା
ଜୀବନ ବିଚିତ୍ର ଫୁଲଟିଏ ସତେ
ଭାବିଲେ ଗୋଲକ ଧନ୍ଦା।
ଫୁଲର ଶୋଭାରେ ତାର ସୌରଭରେ
ଆକାଶର ନୀଳିମାରେ
ଧରାର ସବୁଜ ଘାସ ଗାଲିଚାରେ
ପ୍ରଜାପତିର ରଙ୍ଗରେ।
ଚୋରା ଚଇତାଳି ମଳୟର ସୁରେ
କୋଇଲିର କୁହୁତାନେ
ଶିଶୁର ହସରେ କିଶୋରୀ ବାର୍ତ୍ତାରେ
ଗରିଷ୍ଠ ଆର୍ଶିବଚନେ।
ପ୍ରିୟାର ଲାସ୍ଯରେ ପ୍ରିୟର ଭାଷ୍ଯରେ
ପୂର୍ଣ୍ଣିମାର ଚାନ୍ଦିନୀରେ
ଦୁଃଖ ନଦୀ ତୀରେ ପୂଣ୍ୟ ପାରାବାରେ
ଆନନ୍ଦ ହିଁ ଆନନ୍ଦରେ।
କବି କଲମରେ ଗାୟିକା ସ୍ବରରେ
ନର୍ତ୍ତକୀ ନ୍ରୁତ୍ଯ ଶୈଳୀରେ
ପ୍ରେୟସୀ ହସରେ ପ୍ରେମିକ ଲଗ୍ନରେ
ଆନନ୍ଦ ସଦା ଉଭାରେ।
ପ୍ରତିଟି ମୁହୂର୍ତ୍ତେ ଆନନ୍ଦ ଆସଇ
ଅନୁଭବେ ଅନୁଭବି
ଜୀବନର ପାଇଁ ମହୌଷଧି ସିଏ
ତା ସହିତ ଯିବା ଛନ୍ଦି।
ଜୀବନ ଅଟଇ ସୁଖ ଦୁଃଖ ଆଉ
ସଂଘର୍ଷ ରେ ଭରପୁର
ସଂସାରେ ଚାଲିବା ଆନନ୍ଦିତ ହୋଇ
ବିଭୁ କରିବେ ଉଦ୍ଧାର।
ଡ. ପ୍ରିୟମ୍ବଦା ସାମଲ
ଭୁବନେଶ୍ୱର।
Readers Interaction