ତୁମ ଚକା ଆଖି – ବଂଶୀଧର ପଣ୍ଡା

Views: 18
0 0
Read Time:1 Minute, 54 Second

ତୁମ ଚକା ଆଖି ଦେଖିଲେ କାହିଁକି
ଆଖିରୁ ଝରେ ମୋ ଲୁହ
ଭୁଲି ଯାଏ ଘର ସଂସାର ଜଞ୍ଜାଳ
ଭୁଲି ଯାଏ ନିଜ ଦେହ
ଏମିତି କାହିଁକି,କୁହ ହେ କାଳିଆ
ଏମିତି କାହିଁକି କୁହ।(୧)
ତୁମ ଅପଲକ ଆଖି କୁ ଅନାଇ
ଅପଲକ ମୋର ଆଖି
ତୁମେ ମୋତେ ଦେଖି ମୁଁ ତୁମକୁ ଦେଖେ ,ଆମ ଚାରି ଆଖି ସାଖି
ଆଖି ରେ ଆଖି ରେ ମୋ ଦୁଃଖ ଜଣାଏ,ନଜାଣି କି କଳାମୁହ।(୨)
ତୁମ ଆଖି ସିନା ହସରେ ଝଲସେ
ମୋ ଆଖିରେ ଭରା ଲୁହ
ମୋର ଲୁହ ଦେଖି ତୁମେ କିଆଁ ହସ
ଏ କେଉଁ ଭକତ ସ୍ନେଂହ୍।2
ମୋର ସିନା ଜାଣ ଭାବର ଅଭାବ
ତୁମେ ପରା ଭାବଗ୍ରାହୀ
ଏମିତି କପଟ କରହେ ଠାକୁର
କେମିତି ପାରିବି ସହି
ପ୍ରଭୂ ହୋଇ ଯାହା ମନ ନବୁଝିଲ
ନ ଜାଣି ଲ ‌ହୃଦ କୋହ।(୩)

ବଂଶୀଧର ପଣ୍ଡା
ଖୋର୍ଦ୍ଧା

Share this :
Next Post

Fragile Emotion - Prof. Dr. Laxmikanta Dash

Your eyes of mirage attract a lot Like a spring of petal eyelids, Silence of reflections speaks more Echoes of soul vibrate in speed. Fragile emotions shine vigour Passion to meet embrace a lot, Tears of eyes suffered from pain To stay with me & enjoy knot. Excitement of heart […]

Subscribe US Now